Home ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ପ୍ରତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସ୍ୱର ଉତୋଳନ କରାଯିବ – “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମର ଉଦ୍ଘାଟନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଜନତା ଦଳ ସରକାର କଲେଜ ଓ ୟୁନର୍ଭସିଟି ମାନଙ୍କରେ ୪ବର୍ଷ ଧରି ନିର୍ବାଚନ କରୁନଥିବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ୪ବର୍ଷ ଧରି ନିର୍ବାଚନ ବନ୍ଦ କରି ବିଜୁ ଜନତା ଦଳ ଓଡ଼ିଶାର ମହାବିଦ୍ୟାଳୟ, ସ୍ୱୟଂଶାସିତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁ କ୍ୟାମ୍ପସ କମିଟି ଗଠନ କରିବାକୁ ଯାଉଛନ୍ତି ଏହା ଓଡ଼ିଶାର ଛାତ୍ର ସ୍ୱାର୍ଥ ବିରୋଧି । ବିରୋଧି ଦଳରେ ଛାତ୍ର ନେତା ସୃଷ୍ଟି କରାଇ ନଦେବାପାଇଁ ଏହା ଏକ ଷଡ଼ଯନ୍ତ୍ର । ବିଜୁ ଛାତ୍ର ଜନତା ଦଳର ଏହି ଗଣତନ୍ତ୍ର ବିରୋଧି କାର୍ଯ୍ୟ ସଂପର୍କରେ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା ସୃଷ୍ଟି କରିବା ଆମର ପ୍ରଥମ ଦାୟୀତ୍ୱ ଓ କର୍ତବ୍ୟ ଅଟେ । କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଯୋଗଦେଇ କହିଥିଲେ ପ୍ରଦେଶ ଛାତ୍ର କଂଗ୍ରେସ ମଧ୍ୟ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ କ୍ୟାମ୍ପସ କମିଟି ଗଠନ କରିବ । ଏହି କାର୍ଯ୍ୟ ଆଜିଠାରୁ ୨୦ ଦିନ ଭିତରେ ସଂପୂର୍ଣ୍ଣ ହେବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଦୁଇମାସ ପୂର୍ବରୁ ଏହି କାର୍ଯ୍ୟ ଚାଲୁ ରହିଛି । ସୁଶ୍ରୀ ବୋଷା କହିଥିଲେ ଯେ ୩ ମାସ ଭିତରେ “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେବ । ଶ୍ରୀ ନୱାଜ କହିଥିଲେ ଯେ କ୍ୟାମ୍ପସ କମିଟି ନିଜ ନିଜର ଶିକ୍ଷାନୁଷ୍ଠାନ ସାମନାରେ ଛାତ୍ର ସଂସଦର ନିର୍ବାଚନ ଦାବି କରିବା ସହ ଓଡ଼ିଶା ସରକାର ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜ ପ୍ରତି କରିଥିବା ଅନ୍ୟାୟର ପ୍ରତିବାଦ କରିବେ । ପ୍ଲା କାର୍ଡ଼ ପ୍ରଦର୍ଶନ କରିବ । ଶ୍ରୀ ନୱାଜ କହିଥିଲେ ଯେ ଛାତ୍ର ବିଜେଡ଼ି ଯେଉଁ କମିଟି ଗଠନ କରିବ ତାହା ଶିକ୍ଷାନୁଷ୍ଠାନମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରିତ କରିବ ଏଥିରେ ସଂଦେହ ନାହିଁ । ଏବେ ସବୁ କଲେଜ ଓ ୟୁନିଭର୍ସସିଟି ଗୁଡ଼ିକ ବିଜୁ ଜନତା ଦଳରେ ପରିଣତ ହେବ । ହେଲ୍ପଡେସ୍କ, ସୂତନ୍ତ୍ର କ୍ୟାମ୍ପ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତୃପକ୍ଷଙ୍କ ମନମାନୀ, ପିଲାଙ୍କ ସମସ୍ୟା ଓ ଦୁର୍ନୀତିକୁ ପଦାକୁ ଆଣିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା କାମ କରିବ ବୋଲି ଯେଉଁ ଉଲ୍ଲେଖ କରାଯାଇଛି ତାହା ହାସ୍ୟାସ୍ପଦ । ଶ୍ରୀ ନୱାଜ ଆଗାମୀ ତିନି ମାସର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତିବାଦ, ଦିବ୍ୟାଙ୍ଗ ଓ ଖେଳ ସାର୍ଟିଫିକେଟ ଜାଲକରି ନାମଲେଖା, କଲେଜର ପାଣ୍ଠିର ଅପବ୍ୟବହାର ଓ ଦୁର୍ନୀତି, କଲେଜ ଫି ବୃଦ୍ଧି (ସରକାରୀ / ବେସରକାରୀ), କ୍ୟାମ୍ପସ ର୍ୟାଗିଂ, ଶାସକ ଦଳର ସମର୍ଥିତ ଛାତ୍ର ମାନଙ୍କର ଦୌରାତ୍ମ୍ୟ, କଲେଜ କତୃପର୍କ୍ଷଙ୍କ ମନମାନୀ ଏବଂ ପକ୍ଷପାତିତା, ନିଶାମୁକ୍ତ କ୍ୟାମ୍ପସ, ଅଧ୍ୟକ୍ଷ, ଅଧ୍ୟାପକ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କର ବର୍ଷ ବର୍ଷ ଧରି ପଦବୀ ଖାଲି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିକ୍ଷୋଭ ହେବ । ଶ୍ରୀ ନୱାଜ କହିଥିଲେ ଜିଲ୍ଲା କମିଟି / ବିଧାନସଭା ନିର୍ବାଚନ ମଣ୍ଡଳୀ କମିଟି କ୍ୟାମ୍ପସ କାର୍ଯ୍ୟକ୍ରମ ପରେବି ଛାତ୍ରମାନଙ୍କ ସହ ମିଶି “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ କରିବେ । ଏଥିରେ ଅନ୍ୟୁନ ୫ କିଲୋମିଟର ପଦଯାତ୍ରାକରି ପଂଚାୟତ ସମିତି / ଏଡିଏମ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ପ୍ରତିବାଦ କରିବେ । ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅନ୍ୟାନ୍ୟ ଷ୍ଟାଫ ପଦବୀ ଖାଲି, ଉତ୍କଟ ବେକାରୀ, ଦାରିଦ୍ର୍ୟ, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଦୁର୍ନୀତି, ଛାତ୍ର ଓ ଯୁବ ସମାଜ ପ୍ରତି ଉଦାସୀନତା, ଅସୁରକ୍ଷିତ କ୍ୟାମ୍ପସ, କ୍ୟାମ୍ପସରେ ନିଶା କାରବାର, ଚାକିରି ବିକିରି, ପୋଲିସ ଓ ସମସ୍ତ ସରକାରୀ ଅନୁଷ୍ଠାନର ପକ୍ଷପାତିତା ପ୍ରସଙ୍ଗରେ ଆନ୍ଦୋଳନ କରି ସାଧାରଣ ଜନତାଙ୍କୁ ସଚେତନ କରାଯିବ । ଆଜିର କାର୍ଯ୍ୟକାରିଣୀ ଓଡ଼ିଶାର ବନ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଫି ଛାଡ଼ ପାଇଁ ଦାବି କରୁଅଛି । ୪ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜକୁ ଭୂଆଁଁ ବୁଲାଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖିଥିବା ବିଜୁ ଜନତା ଦଳ ସରକାର ବିରୋଧରେ ଛାତ୍ର ଆନ୍ଦୋଳନ ଏବଂ ଜନ ଆନ୍ଦୋଳନ ସୃଷ୍ଟି କରାଯିବା ସହ ଆଇନର ଆଶ୍ରୟ ନେବ ବୋଲି ନିଷ୍ପତି ନିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ସାଂସଦ ନିରୋଜ ଡାଙ୍ଗି, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ପଂଚାନନ କାନୁନଗୋ, ଲଲାଟେନ୍ଦୁ ମହାପାତ୍ର, ବିଭୁତି ମିଶ୍ର ଓ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ଛାତ୍ର କଂଗ୍ରେସର ପ୍ରଭାବି ଭୂମିକା ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଉଦ୍ବୋଧନ ଓ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, କାର୍ତିକେଶ୍ୱର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ବିଭୂତିଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ରଣଜିତ ସେନାପତି, ଲିପିକା ପାତ୍ର, ଉଦିତ୍ ପ୍ରଧାନ, ସୌରଭ ପଟ୍ଟନାୟକ, ମହମ୍ମଦ ସମିଉଲ, ରାଜଲକ୍ଷ୍ମୀ ସାହୁ, ଆଜାଦ ପତି, ଲୁଲୁ ପାଣିଗ୍ରାହୀ, ଅଙ୍କିତ ସାହୁ, ନିଖିଲ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଅବିନାଶ ନନ୍ଦ, ଅନନ୍ତ ଦାସ, ପରୱେଜ ଅକତାର, ନବିଲ ଅହମ୍ମଦ, ନିତେଶ ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ବରାଳ, ଅଭିଳାଷ ଜେନା, ଆରିୟନ ସାସମଲ, ସୌମ୍ୟ ମିଶ୍ର, ସାହାବାଜ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ର ନେତ୍ରୀ ସ୍ନେହାପ୍ରଭା ଜେନା ପ୍ରଦେଶ ଛାତ୍ର କଂଗ୍ରେସରେ ଆନୁଷ୍ଠାନିକ ଭାବେ ଯୋଗାଦାନ କରିଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026