ବିନା ଥଇଥାନରେ ବିଡ଼ାନାସୀ ନୂଆସାହିଠାରେ ଦମନମୂଳକ ଭାବେ ବସ୍ତି ଉଚ୍ଛେଦ

ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) କଟକ :- ବିନା ଥଇଥାନରେ ବିଡ଼ାନାସୀ ନୂଆସାହିଠାରେ ଦମନମୂଳକ ଭାବେ ବସ୍ତି ଉଚ୍ଛେଦ କରିଛି ଯାହାକି ଅମାନବୀୟ ହେବା ସହିତ ବେଆଇନ ମଧ୍ୟ, କାରଣ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଜରିଆରେ ଥଇଥାନ କରିବାକୁ ନିୟମ କରିଥିବା ବେଳେ ନୂଆସାହି ବସ୍ତିଟି ସିଏମସି ତରଫରୁ ତାଲିକାଭୁକ୍ତ ହୋଇଥିବା ଏକ ରେଜିଷ୍ଟ୍ରିଭୁକ୍ତ ବସ୍ତି,

ତେଣୁ ଏହାକୁ ବିନା ଥାଇଥାନରେ ଉଚ୍ଛେଦ କରିବା ବେଆଇନ ଅଟେ, ତେଣୁ ଆପଣଙ୍କୁ ଅନୁରୋଧ ଯେ ଆପଣ ତୁରନ୍ତ ଉଚ୍ଛେଦ ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବେ ନଚେତ ଆଗାମୀ ଦିନରେ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବୁ,

Exit mobile version