ବୈପାରିଗୁଡା ଠାରେ କଂଗ୍ରେସ ଦଳ ପକ୍ଷରୁ ସ୍ୱାଧୀନତାର ଗୌରବ ଯାତ୍ରା ; ସାମିଲ ହେଲେ ବହୁ ବରିଷ୍ଟ କର୍ମୀ

୭୫ ବର୍ଷ ସ୍ୱାଧୀନତାର ଗୌରବ ପଦଯାତ୍ରା କୋରାପୁଟ ନିର୍ବାଚନ ମଣ୍ଡଳି କଂଗ୍ରେସ କମିଟି ବୈପାରିଗୁଡା ବ୍ଲକ କଂଗ୍ରେସ ଦଳ ତରଫରୁ ଏହି ପଦଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୨୯ ଅଗଷ୍ଟ ସୋମବାର) ବୈପାରିଗୁଡା :- ସ୍ୱାଧୀନତାର ୭୫ ତମ ପୂର୍ତି ଅବସରରେ ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ସ୍ୱାଧୀନତାର ଗୌରବ ପଦଯାତ୍ରା କୋରାପୁଟ ନିର୍ବାଚନ ମଣ୍ଡଳି କଂଗ୍ରେସ କମିଟି ବୈପାରିଗୁଡା ବ୍ଲକ କଂଗ୍ରେସ ଦଳ ତରଫରୁ ଏହି ପଦଯାତ୍ରା ବୈପାରିଗୁଡା ଠାରେ ଅନୁଷ୍ଟିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ଗୌର ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ତଥା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହୀନିପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତି, କୋରାପୁଟ ନିର୍ବାଚନ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦିପ୍ ,ଲମତାପୁଟ,ସୁନାବେଡା,କୋରାପୁଟର ବରିଷ୍ଟ କର୍ମୀ ମାନଙ୍କ ସହିତ ଜିଲ୍ଳାପରିଷଦ ପ୍ରାର୍ଥୀ ସମେତ ବ୍ଲକର ସମସ୍ତ କର୍ମୀ ଏବଂ କଂଗ୍ରେସ ଦଳର ସରପଂଚ, ସମିତିସଭ୍ୟ ପ୍ରାର୍ଥୀ ମାନେ ମଧ୍ୟ ଉପସ୍ଥିତ ଏହି ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରାରେ ସାମିଲ ହୋଇଥିଲେ ।

ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ସହିଦ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କାର୍ଯ୍ୟକ୍ରମ ଦୋରାଗୁଡା ଠାରୁ ଆରମ୍ଭ ହୋଇ ପ୍ରାୟ ୫ କି.ମି ପାଦଯାତ୍ରା କରି ରାସ୍ତାରେ ଚାଲି ଚାଲି ଆସିଥିଲେ କଂଗ୍ରେସ କର୍ମୀ ମାନେ । ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ କୁ ଯାଇ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟା ଅର୍ପଣ କରି ସ୍ଥାନୀୟ ଡାକବଙ୍ଗଲା ଠାରେ ପହଂଚିଥିଲେ । ସେଠାରେ ଏକ ବୈଠକ କରି କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ କହିବ ସହ ବେରୋଜଗାର ଓ ଅହେତୁକ ଦରଦାମ୍ ବୃଦ୍ଧିକୁ ବିରୋଧ ମଧ୍ୟ କରିଥିଲେ ।

କଂଗ୍ରେସ ଦଳକୁ ବାଦ ଦେଲେ ଅନ୍ୟ ଦଳୀୟ ନେତା ମାନେ କିଛି ସମସ୍ୟା ଗୁଡିକ ଉଠାଉ ପାରୁନାହାନ୍ତି ବୋଲି କହିଛନ୍ତି । ଏହି ଗୌରବ ପଦଯାତ୍ରା ରେ କୋରାପୁଟ ସାସଂଦ ପ୍ରତିନିଥି ପି,ରମେଶ ପାତ୍ର, ବରିଷ୍ଟ କର୍ମୀ ସତ୍ୟ ନାରାୟଣ ମହାନ୍ତି ,ଜିଲ୍ଲା ଉପସଭାପତି ଘାସି ନାଥ, ବୈପାରିଗୁଡା ଚେନ-୨ ଜିଲ୍ଳାପରିଷଦ ମଣି ଜାନୀ ଙ୍କ ସହିତ ଶତାଧିକ କଂଗ୍ରେସ ମହିଳା କର୍ମୀ, ଯୁବ ଛାତ୍ର କଂଗ୍ରେସ , ବୈପାରିଗୁଡା ବ୍ଲକର ୨୦ ଗୋଟି ପଂଚାୟତର କଂଗ୍ରେସ କର୍ମୀ ମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

Exit mobile version