କଟକ ମହାନଗରର ୧୭୫ଟି ପୂଜା ମଣ୍ଡପ : ଶାନ୍ତି କମିଟି ପକ୍ଷରୁ – ଦୁର୍ଗାପୂଜା ସମୀକ୍ଷା ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) କଟକ :- କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଚଳିତ ବର୍ଷ ଦୁର୍ଗାପୂଜା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଟକ ସହରର ୧୭୫ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ନିର୍ବାଚିତ ଜନ-ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ କଟକରେ ପାର୍ବଣକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।

ବିଡାନାସୀସ୍ଥିତ ଚହଟା ମନ୍ଦିରରେ ଆୟୋଜିତ ବୈଠକରେ ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି, କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମହାନଗର ନିଗମ ମେୟର ସୁବାସ ସିଂହ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି,

କଟକ ଡି.ସି.ପି. ପିନାକ ମିଶ୍ର ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ପୂଜା ପାଳନ କରି ସହରର ଗରିମା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସମୀକ୍ଷା ବୈଠକରେ ଶାନ୍ତି କମିଟିର ଉପସଭାପତି-ଧର୍ମେଶ ନାୟକ ଓ ଦେବେନ୍ଦ୍ର କାହାଳୀ, ସାଧାରଣ ସମ୍ପାଦକ-ଭିକାରୀ ଦାସ, ସଂଗଠନ ସମ୍ପାଦକ-ନରେଶ ସାହୁ, ସହସମ୍ପାଦକ-ରବୀନ୍ଦ୍ର ବେହେରା ଓ ଡକ୍ଟର ଦ୍ୱିପାୟନ ପଟ୍ଟନାୟକ, କାର‌୍ୟ୍ୟାଳୟ ସମ୍ପାଦକ-କେଦାର ବେହେରା ଓ ସହସମ୍ପାଦକ-ସୁଦୀପ୍ତ ସ୍ୱାଇଁଙ୍କ ସମେତ ବିଡାନାସୀ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Exit mobile version