ଓଡିଶା ତାଜା ନ୍ୟୁଜ୍ (୨୫ ମଇ, ସୋମବାର) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାର ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ କ୍ୱରଣ୍ଟାଇନ କେନ୍ଦ୍ରର ନିକଟ ବର୍ତ୍ତି ଅଞ୍ଚଳରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରିବା ସହ କେନ୍ଦ୍ରର୧୦୦ମିଟର ପରିଧି ମଧ୍ୟରେ ମଧ୍ୟ ବଳବତ୍ତର ରହିବ ୧୪୪ ଧାରା । ବିନା ଅନୁମତି ରେ ଯେ କୌଣସି ବ୍ୟକ୍ତି କୌଣସି ସଂଘାରୋଧ କେନ୍ଦ୍ର କିମ୍ବା ଅସ୍ଥାୟୀ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ।
ଗତ କାଲି ବାଘଷାଳା ଗ୍ରାମରେ ଥିବା କ୍ଵରଣ୍ଟାଇନ କେନ୍ଦ୍ରରେ ରହୁ ଥିବା ପ୍ରବାସୀ ଓଡ଼ିଆ ମାନେ ବିଭିନ୍ନ ଦାବୀ ନେଇ ଧାରଣା ଦେବାପରେ ଅନ୍ୟାନ୍ୟ ସଂଘାରୋଧ କେନ୍ଦ୍ରରେ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଏହି ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇଛନ୍ତି କେନ୍ଦ୍ର ଗୁଡିକରେ କର୍ତ୍ତବ୍ୟରତ ଅଧିକାରୀ ଓ ପୋଲିସ ପ୍ରଶାସନ ଏଥପ୍ରତି ଦୃଷ୍ଟି ରଖିବାକୁ କଡ଼ା ନିର୍ଦ୍ଧେଶ ଦେବା ସହ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷଠାନ ନିଆଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି । (ରିପୋର୍ଟ : ଗରୁଡ଼ ଧ୍ଵଜ ଚୌଧୁରୀ ) ପାରଳଖେମୁଣ୍ଡି
odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
