ଗଜପତି ମୋହନା ଥାନା ଅନ୍ତର୍ଗତ ନାରଙ୍ଗୀ ଘାଟିରେ ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ,ଏକାଧିକ ଆହତ

ଓଡ଼ିଶା ତାଜା ନ୍ୟୁଜ (୨୮ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗୀ ଘାଟିରେ ଓଲଟିଲା ଟ୍ରାକ୍ଟର।ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।ମୃତକ ଜଣଙ୍କ ହେଲେ ମୋହନା ଥାନା ଅଧିନ ଜୁଡିପଥର ଗ୍ରାମର ଉଷା ନାୟକ  l  ସୂଚନା ପ୍ରକାରେ  ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ଫଳରେ ଟ୍ରାକ୍ଟରରେ ବସିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଏକାଧିକ ଆହତ ହୋଇଥିବା ବେଳେ ଜୁଡ଼ିପଥର ଗ୍ରାମର ଉଷା ନାୟକଙ୍କ ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି  ମୋହନା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି ।ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇ ଥିବା ବେଳେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Exit mobile version