ସପ୍ତକ ସମ୍ମାନ ପ୍ରଦାନ ସପ୍ତକ ଶିଶୁ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ସ୍ଥାନୀୟ ଜୟଦେବ ଭବନଠାରେ ସପ୍ତକ ଶିଶୁ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ସାହିତ୍ୟ ମୂଲ୍ୟବୋଧଭିତ୍ତିକ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତି୍ୟକ ଶ୍ରୀ ନୃସିଂହ ଚରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଦର୍ଶ ମୀନାମଣ୍ଡଳୀ, ଶିଶୁ ସାହିତ୍ୟର ଆବଶ୍ୟକତା ବୁଝାଇ ଶିଶୁ ପ୍ରତିଭା ଚୟନରେ ସଂଗଠନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶିଷ୍ଟ କବି, ଲେଖକ, ପ୍ରେରଣାଦାୟୀ ବକ୍ତା ଭାବେ ଜଣାଶୁଣା ଶ୍ରୀ ହରପ୍ରସନ୍ନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ଜଣେ ଭଲମଣିଷ ହେବାକୁ ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ କବି ସୁନାମଧନ୍ୟ ରାଜ୍ୟ ଓ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଶିଶୁ ସାହିତି୍ୟକ ଶ୍ରୀ ଦେବରାଜ ସାମନ୍ତରାୟ ତାଙ୍କ ଅଭିଭାଷଣରେ ଶିକ୍ଷାର ମହତ୍ତ୍ୱ ସହ ଶିଶୁର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋକପାତ କରିଥିଲେ ା ବିଶିଷ୍ଟ ଶିଶୁ ସାହିତି୍ୟକ ଶ୍ରୀ ଦେବରାଜ ସାମନ୍ତରାୟଙ୍କର ୮୪ତମ ଜନ୍ମଦିନ ଉତ୍ସବ ଅବସରରେ ଆୟୋଜିତ ଏହି ଉତ୍ସବରେ ଶ୍ରୀ ନୀଳମଣି ଚାନ୍ଦ, ଶ୍ରୀମତୀ ତନୟା ଦାସଗୋସ୍ୱାମୀ, ଡକଫର କୃତ୍ତିବାସ ନାୟକ, ଶ୍ରୀ ଜୟକୃଷ୍ଣ ସାହୁଙ୍କୁ ଚଳିତ ବର୍ଷର ସପ୍ତକ ଶିଶୁସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀ ଭାସ୍କାରଚନ୍ଦ୍ର ସୁବୁଦ୍ଧିଙ୍କୁ ସପ୍ତକ ଶିକ୍ଷା ଓ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା । କୁମାରୀ ଗାର୍ଗି ଦାସଙ୍କୁ ମହାଦେବ ରଥଙ୍କ ସ୍ମଚ୍ଚତିରେ ସପ୍ତକ ସିଦ୍ଧିରସ୍ତୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏଥିରେ ଶ୍ରୀ ଦେବରାଜ ସାମନ୍ତରାୟଙ୍କ ରଚିତ ‘ପିଲାଙ୍କ ତିରିଶା’ଓ ଶ୍ରୀମତୀ ଜ୍ୟୋତିର୍ମତୀ ସାମନ୍ତରାୟଙ୍କ ରଚିତ ‘ମିତ, ପଢ଼ ଗୀତ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିରେ ଶ୍ରୀ ସୁରେଶ ମହାପାତ୍ର ସ୍ୱାଗତ ଭାଷଣ, ଶ୍ରୀମତୀ ଜ୍ୟୋତିର୍ମତୀ ସାମନ୍ତରାୟ ବାର୍ଷିକ ବିବରଣୀ ଓ ଶ୍ରୀମତୀ କାରୁବାକୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଂଯୋଜନା କରିଥିଲେ କୁମାରୀ ଶେ୍ୱତଲିନା ମହାନ୍ତି । ଏହି ଅବସରରେ ସ୍ୱାଗତ ସଂଗୀତ, ଓଡ଼ିଶୀ ନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ, ଶ୍ରୀମତୀ ଯଶୋମତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version