ଆସୁଛି ଗଣେଷ ପୂଜା : ଚଳ ଚଞ୍ଚଳ ଜଟଣୀ ସହର

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ଖୋର୍ଦ୍ଧା-ଜଟଣୀ :- ଆଉମାତ୍ର ଦିନ କେଇଟା ପରେ ଆସୁଛି ବିଘ୍ନ ବିନାଷକ ଗଣ ନାୟକ,ଗଜାନନଙ୍କ ପୂଜା.ଆଉ ଏଥିପାଇଁ ଦ୍ଵିତୀୟ ମୁମ୍ବାଇ ମହାନଗରୀ ଭାବେ ପରିଚିତ ଜଟଣୀ ସହର ଏବେ ବେଶ ଚଳ ଚଞ୍ଚଳ.ଟେଣ୍ଟ ,ଗେଟ ସାଙ୍ଗକୁ ବିଭିନ୍ନ ପ୍ରକାର ର ଆକର୍ଷଣୀୟ ତୋରଣ ଓ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି ପୂଜା କମିଟି ଓ କାରିଗର ।

ଆଉ ମାତ୍ର ଦିନ କେଇଟା ପରେ ହେବାକୁ ଯାଉଛି ଗଣେଶ ପୂଜା,ଆଉ ଏଥିପାଇଁ ବେଶ ଚଳ ଚଞ୍ଚଳ ହୋଇପଡିଛି ଦ୍ୱିତୀୟ ମୁମ୍ବାଇ ମହାନଗରୀ ଭାବେ ଖ୍ୟାତି ଅର୍ଜ୍ଜନ କରିଥିବା ଜଟଣୀ ସହର.ଚଳିତ ବର୍ଷ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ ମଣ୍ଡପରେ ପ୍ରଭୁ ଗଣେଶଙ୍କ ପୂଜା ହେବାକୁ ଥିବାବେଳେ ପ୍ରାୟ ୭୦ ରୁ ଉର୍ଦ୍ଧ୍ବ ସ୍ଥାନରେ ବଡ଼,ବଡ଼ ଅନୁଷ୍ଠାନ ବା ପେଣ୍ଡାଲରେ ପୂଜା ପାଇବେ ପ୍ରଭୁ ଗଣନାଥ.ଯାହାପାଇଁ ମୂର୍ତ୍ତି ଓ ସାଜସଜ୍ଜା କାମରେ ଲାଗି ପଡ଼ିଛନ୍ତି ସୁଦୂର ପଶ୍ଚିମବଙ୍ଗରୁ ଆସିଥିବା କାରିଗର ମାନେ ।

କରୋନା ପାଇଁ ଦୀର୍ଘ ଦୁଇବର୍ଷ ହେବ ଏହି ପ୍ରସିଦ୍ଧ ଗଣେଷ ପୂଜା ସାର୍ଵ ଜନୀନ ନ’ହୋଇ କେବଳ ନୀତି କାନ୍ତି ଭାବେ ପାଳନ କରାଯାଇଥିଲା.ହେଲେ ଚଳିତ ବର୍ଷ ପୂଜାପାଇଁ ଅନୁମତି ମିଳିଥିବାରୁ ମହା ସମାରୋହରେ ପୂଜାକୁ ପାଳନ କରିବାକୁ ଲାଗି ପଡ଼ିଛନ୍ତି ବିଭିନ୍ନ ପୂଜା କମିଟି.ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ଦୈନିକ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ,ମାତ୍ର ଜଟଣୀରେ ଏହି ଗଣେଷ ପୂଜା ଆରମ୍ଭରୁ ଅଦ୍ୟାବଧି କୌଣସି ଅପ୍ରୀତିକର ଘଟଣା ହୋଇନାହିଁ.ଦୂର ଦୁରାନ୍ତରୁ ଆସୁଥିବା ଝିଅ ବୋହୁ ବା ସ୍ତ୍ରୀ ଲୋକମାନେ ବେଶ ଆରାମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲି ଦେଖିବା ସହିତ ନାଚ,ଗୀତ ଓ ମିନା ବଜାରରମଜା ନିଅନ୍ତି

ପ୍ରଭୁ ଗଜାନନ,ଗଣେଷଙ୍କ ପୂଜା ତ’ ସମଗ୍ର ଦେଶରେ ପାଳନ ହୁଏ ସତ ! କିନ୍ତୁ ଜଟଣୀର ଏହି ଗଣେଷପୂଜା ଏକ ଭିନ୍ନ ପରମ୍ପରା ଓ ଐତିହାସିକ.ଏଠାରେ ଦୀର୍ଘ ୧୨ ଦିନ ଧରି ପ୍ରଭୁ ଗଣେଷଙ୍କ ସହିତ ମା’ ସରସ୍ଵତୀ ଓ ଲକ୍ଷ୍ମୀ ଏକତ୍ର ପୂଜା ପାଆନ୍ତି ଓ ବିସର୍ଜିତ ହୁଅନ୍ତି।ସେହିପରି ଜଟଣୀ ଗଣେଷ ପୂଜାର ବିଶେଷତ୍ଵ ହେଉଛି ବିଭିନ୍ନ ପୂଜା କମିଟିରେ ମୁସଲମାନ,ଖ୍ରୀଷ୍ଟିଆନ,ସବର୍ଣ୍ଣ,ଅସବର୍ଣ୍ଣ ଭେଦଭାବ କିଛି ନ’ଥାଏ ସମସ୍ତେ ଏହାକୁ ଗଣପର୍ବ ଭାବେ ପାଳନ କରନ୍ତି । ସର୍ବପରି ରାଜ୍ୟ ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ଏବଂ ଜନ ଗହଳିକୁ ଲକ୍ଷ କରି ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡି ସି ପି ପ୍ରତୀକ ସିଂ କହିଛନ୍ତି ।

 

Exit mobile version