ବୈପାରିଗୁଡା ପୋଲିସର ନିଆରା ସଚେତନତା ପ୍ରୟାସ : ଟ୍ରାଫିକ ନିୟମ ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶନିବାର ) ବୈପାରିଗୁଡା :- ଟ୍ରାଫିକ ନିୟମ ମାନୁ ନ ଥିବାରୁ ବୈପାରିଗୁଡା ଥାନା ଅଂଚଳରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ବୈପାରିଗୁଡା ପୋଲିସ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ନିଆର ପ୍ରୟାସ କରି ଗାଡି ଚାଳକ ମାନଙ୍କୁ ସଚେତନତା କରାଇ ଥିବାର ଦେଖିବାକୁ ମିଳିଛି । ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ରାଂଚି ବିଜୟୱାର୍ଡା ଜାତୀୟ ରାଜପଥ ର ବୈପାରିଗୁଡା ମୁଖ୍ୟଛକରେ ମାଲକାନଗିରି, ଜୟପୁର ,

ଗୁପ୍ତେଶ୍ୱର ଓ ରାମଗିରି , ଦିଗାପୁର ରାସ୍ତା ଦେଇ ଜୟପୁର କୁ ଯିବା ନିମନ୍ତେ ରାସ୍ତା ରହିଥିବା ସହ ମୁଖ୍ୟ ଛକ ହୋଇଥିବାରୁ ପୋଲିସ ପକ୍ଷରୁ ରାସ୍ତାର ମଝିରେ ଡିଭାଇଜର ରଖି ଗାଡି ଚାଳକ ମାନେ କେମିତି କେଉଁ ପ୍ରକାର ଭାବେ ରାସ୍ତାରେ ଯାନବାହାନ ଚଳାଚଳ କରିବେ ସେହି ବିଷୟକୁ ନେଇ ଥାନା କର୍ମଚାରୀଙ୍କୁ ପକ୍ଷରୁ ସଚେତନତା କରାଇଛନ୍ତି । ରାସ୍ତାରେ ଟ୍ରାଫିକ ନିୟମ ମାନି ଯାଉଥିବା ବାଇକ ,କାର ,ବସ, ଟ୍ରକ ଚାଳକଙ୍କୁ ଧନ୍ୟବାଦ ଦେଇ ସ୍ୱାଗତ ମଧ୍ୟ କରାଯାଇଛି ।

ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ । ହେଲମେଟ୍ ବ୍ୟବହାର କରନ୍ତୁ । ଏଥି ସହ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ ବୋଲି ବିଭିନ୍ନ ପ୍ରକାର ଯାନବାହାନ ର ଚାଳକ ମାନଙ୍କୁ ସଚେତନତାର ବାର୍ତିା ଦେଇ ଥିବାର ଦେଖିବାକୁ ମିଳିଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଏଏସଅ୍ଧବ ମତି ସିଂ ଙ୍କ ସମେତ ଥାନା କର୍ମଚାରୀ, ଗୃହରକ୍ଷୀ ସାମିଲ ହୋଇଥିଲେ ।

Exit mobile version