
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) ପାରଳାଖେମୁଣ୍ଡି :- ଗତ କିଛି ଦିନ ତଳେ ସରକାରୀ କାର୍ଯ୍ୟାଳୟରେ ପାନ,ଗୁଟଖା ଓ ନିଶା ସେବନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ କଢ଼ା ନିର୍ଦ୍ଦେଶନମା କରାଯାଇଥିବା ବେଳେ ଗୁମ୍ମାବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜଣକ ମଦ୍ୟପାନ କରୁଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଥିଲା । ଉକ୍ତ ବ୍ୟକ୍ତି ଜଣକ ହେଲେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ୍) ବିଭାଗର ବିଏଏମ୍ ଗଙ୍ଗାଧର ଆଚାର୍ଯ୍ୟ । ବାବୁ ଜଣକଙ୍କ ଅନୌତିକ ଭାଇରଲ ଭିଡ଼ିଓରେ ସରକାରୀ କାର୍ଯ୍ୟାଳୟ ଭିତରେ ମଦ ବୋତଲ ରଖି କାର୍ଯ୍ୟ କରୁଥିବା ତ କେତେ ବେଳେ ଟେବୁଲ ତଳେ ବିଅର ବୋତଲ ରଖି ନିଶାସକ୍ତ ଅବସ୍ଥାରେ ମୋଉଜ୍ ମଜଲିସ କରୁଥିବା ଦେଖିବାକୁ ମିଳିଥିଲା । ମୋଉଜ୍ ମସ୍ତି ଭିଡ଼ିଓ ଆମ ଖବର କାଗଜ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉକ୍ତ ମଦ୍ୟପ ଆଚାର୍ଯ୍ୟଙ୍କୁ ତିନିଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଦାୟିତ୍ୱରେ ଥିବା ଡ଼ଃ ଚିନ୍ମମୟ ବିଶ୍ୱାଳ।

