ବୃକ୍ଷରୋପଣ କରିବା ସହ କୃଷ୍ଣପ୍ରସାଦ (କ) ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦଘାଟନ କଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) ନୂଆଗାଁ :- ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା, କୋରଡ଼ା ଏବଂ ସିକ୍ରିଡ଼ା ପଞ୍ଚାୟତ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ସେହିପରି ଭାବେ ସିକ୍ରିଡ଼ା ପଞ୍ଚାୟତ ରେ ଥିବା କୃଷ୍ଣ ପ୍ରସାଦ ( କ) ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଟି ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁ ରାଜ୍ୟସରକାରଙ୍କ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପରିଣତ ହୋଇଛି । ଏ ନେଇ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦଘାଟନ କରିବା ସହ ଏହି ଐତିହାସିକ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ।

ତତ୍ ସହିତ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ବ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ପ୍ରମୋଦ କୁମାର ନାୟକ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ,ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା,ଯୁବ ବିଜେଡ଼ି ଉପ ସଭାପତି ସଞ୍ଜୀବ କୁମାର ଡାକୁଆ ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ,ସମାଜ ସେବୀ ସୁବ୍ରତ ମିଶ୍ର,ଗୋଲଖ ବିହାରୀ ଗୋଚ୍ଛାୟତ ଙ୍କ ସମେତ ୩ ଟି ପଞ୍ଚାୟତ ର ସରପଞ୍ଚ ,

ସମିତି ସଭ୍ୟ ସଭ୍ୟା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷା କମିଟି ସଭାପତି ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ହାଇସ୍କୁଲ ରେ ପାଠ ପଢିବା ପାଇଁ ସିକ୍ରିଡ଼ା ପଞ୍ଚାୟତ ର ଛାତ୍ର ଛାତ୍ରୀ ଦୀର୍ଘ ୬ କିମି ରୁ ଉର୍ଦ୍ଧ୍ବ ଜଙ୍ଗଲ ରାସ୍ତା ଅତିକ୍ରମ କରି ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟ ଏବଂ ଆଡକଟା ଉଚ୍ଚ ବିଦ୍ୟାଳୟ କୁ ଯାଉଥିଲେ । ଏହି ସମସ୍ୟା ର ପୂର୍ଣ୍ଣଚ୍ଛେଦ ପଡିଛି । ଆରମ୍ଭ ହୋଇଛି ନବମ ଶ୍ରେଣୀ ପାଠ ପଢା । ଛାତ୍ରଛାତ୍ରୀ,ଅଭିଭାବକ ଏବଂ ଅଞ୍ଚଳ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version