ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅପାରଗତା ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ଅନୈତିକ ଭିଡ଼ିଓ ଭାଇରାଲ ନିଶାଶକ୍ତ ଅବସ୍ଥାରେ କାର୍ଯ୍ୟ ପରିଚାଳନା କରୁଛନ୍ତି କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟ କାର୍ଯ୍ୟ ସ୍ଥଳରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ଘଟଣା ଚରମ ସୀମାରେ ପହଁଚିଛି ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଯୋଜନା ତଥା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସମୟରେ ଉପଯୁକ୍ତ ଭାବେ ଏହାକୁ କାର୍ଯ୍ୟକାରୀ କରାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଗୁମ୍ମା ଗୋଷ୍ଟି କେନ୍ଦ୍ର । ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ୍) ବିଭାଗରେ ନିୟୋଜିତ ଥିବା ବିଏଏମ୍ ଗଙ୍ଗାଧର ଆଚାର୍ଯ୍ୟଙ୍କ ଅନୌତିକ ଭିଡ଼ିଓ ଭାଇରଲ ଓ ତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ହୋଇଛି ବୋଲି ଜଣାପଡିଛି।ଗତ ୩ବର୍ଷ ହେଲା ହେଲା ଶ୍ରୀ ଆଚାର୍ଯ୍ୟ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିଏଏମ ଭାବେ କାର୍ଯ୍ୟରତ ଥିବା ବେଳେ ନିୟମିତ କାର୍ଯ୍ୟାଳୟକୁ ନଆସିବା, କର୍ମଚାରୀଙ୍କ ଦରମା ନିମନ୍ତେ ଧମକ ପୂର୍ଣ ଭାବେ ଲାଞ୍ଚ ମାଗିବା ଓ କାର୍ଯ୍ୟାଳୟ ଭିତରେ ଅନୈତିକ ମଦ୍ୟପାନ କରିବା ଏପରି ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ

ନିଶାକ୍ତ ଅବସ୍ଥାରେ ସରକାରୀ କାର୍ଯ୍ୟାଳୟ ଭିତରେ ଟେବୁଲ ଉପରେ ମଦ ବୋତଲ ରଖି କାର୍ଯ୍ୟ ପରିଚାଳନା କରୁଥିବା ଦେଖିବାକୁ ମିଳିଛି। ଗୁମ୍ମା ଏକ ଆଦିବାସୀ ଉପାନ୍ତ ଅଞ୍ଚଳ ହୋଇଥିବାରୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ପରେ ମଧ୍ୟ ସ୍ୱାସ୍ଥ୍ୟ ସେବାର ଉନ୍ନତି ହୋଇନାହିଁ ।ଏହି ଗୋଷ୍ଟି କେନ୍ଦ୍ରରେ ଅଧିକାଂଶ ମହିଳା କର୍ମଚାରୀ କର୍ଯ୍ୟରତ ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଅସଭ୍ୟ ଓ ଅସାମାଜିକ ଆଚରଣ ପାଇଁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି।କିଛି ଦିନ ମଧ୍ୟରେ ହୋଇଥିବା କାୟାକଳ୍ପ ଅର୍ଥରାଶିକୁ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ନକରିବାରୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି । କେନ୍ଦ୍ର ମଧ୍ୟରେ କୌଣସି ସ୍ଥାନରେ ପିଇବାକୁ ପାଣି ଟୁପେ ନାହିଁ ଓ ଶୌଚାଳ ଦୃଗନ୍ଧରେ ନାକ ଫାଟୁଛି ଫଳରେ ରୋଗୀକୁଳ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି।ସେପଟେ ଜହ୍ନମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ଏକଶହ ଟଙ୍କା ଲାଞ୍ଚ ମାଗିବା ଭଳି ତଥ୍ୟ ସାମ୍ନାକୁ ଆସିଛି।

୨୦ ହଜାର ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଜଣେ ମଧ୍ୟ ଶିଶୁ ଆରୋଗ୍ୟ ଡାକ୍ତର ନଥିବା ଜନ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗ୍ୟ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଶିଶୁ ସେବା ଡାକ୍ତରଙ୍କ ନିଯୁକ୍ତି ଦାବି କରିଛନ୍ତି ଅଞ୍ଚଳବାସୀ । ସେହିଭଳି ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ସ୍ବାସ୍ଥଅଧିକାରୀ ଯଦି ସବୁ ଜାଣି ନଜାଣିଲା ଭଳି ଅଭିନୟ କରିବେ ତେବେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ପ୍ରଶୟ ଦେଲେ
ଏଭଳି ଘଟଣା ସ୍ୱାସ୍ଥ୍ୟ ବିଭାଗରେ ଆଗକୁ ଦେଖିବାକୁ ମିଳିବ l ଏହା ପୂର୍ବରୁ ସପ୍ତାହ ତଳେ ବଡପଦା ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସଦ ବ୍ୟବହାର କରିବା ସହ ହୋଇରାଣ ହରକତ କରିବା ଘଟଣାକୁ ନେଇ କର୍ମଚାରୀ ମାନେ ତିନି ମାସ ତଳେ ଲିଖିତ ଭାବେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କୁ ଜଣାଇବା ପରେ ମଧ୍ୟ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିନଥିଲେ ଯାହା ଦ୍ଵାରା କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇବା ପରେ ସଂପୃକ୍ତ ଡ଼ାକ୍ତରଙ୍କୁ ସେଠାରୁ ରିଲିଭ କରିଥିବା ଜଣାପଡିଛି l ତେଣୁ ଜିଲ୍ଲା ସ୍ବାସ୍ଥ୍ୟ ଏଭଳି ଅବ୍ୟବସ୍ଥା ଲାଗି ଏଠାକାର ସିଡିଏମଓ ଙ୍କ ପ୍ରଶାସନିକ ଦୁର୍ବଳତା କୁ ଦର୍ଶାଉଛି ଏଣୁ ତୁରନ୍ତ ରାଜ୍ୟ ସରକାର ସିଡିଏମଓ ଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରି ଜଣେ ଦକ୍ଷ ଅଧିକାରିଙ୍କୁ ଏଠାରେ ନିଯୁକ୍ତି ଦେବା ପାଇଁ ଦାବୀ ହେଉଛି l

Exit mobile version