ତା୨୫.୦୮.୨୦୨୨ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- “ଡ. ହରେକୃଷ୍ଣ ମହତାବ ଓ ଓଡ଼ିଶାର ସାଂସ୍କୃତିକ ଧାରା” ଭୁବନେଶ୍ୱର – ତା୨୫.୦୮.୨୦୨୨ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆଜାଦୀକା ଅମୃତ ମହୋତ୍ସବ ଏବଂ ୬୩ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ଡ. କୈଳାଶ ଚନ୍ଦ୍ର ଦାଶ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ ଯୋଗଦାନ କରିଥିଲେ । ଉତ୍ସବରେ ପୌରୋହିତ କରିଥିଲେ ଶ୍ରୀମତୀ ମନସ୍ୱିନୀ ସାହୁ, ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।

ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା । ସମ୍ପାନର ପ୍ରାରମ୍ଭରେ ମୁଖ୍ୟ ଅତିଥି ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀଯୁକ୍ତ ମଧୁସୂଦନ ପାଢ଼ୀ କହିଥିଲେ ଡ. ହରେକୃଷ୍ଣ ମହତାବ ରାଜନୈତିକ କ୍ଷେତ୍ରରେ ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ । ଦେଶୀୟ ରାଜ୍ୟ ଗୁଡ଼ିକୁ ଏକତ୍ରିତ କରିବାରେ ତାଙ୍କର ଭୂମିକା ଅନନ୍ୟ । ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠାତା । ହିରାକୁଦର ବହୁମୁଖି ମାଟିବନ୍ଧ, ରାଉରକେଲା ଇସ୍ପାତ କାରଖାନା, ସାହିତ୍ୟ, ସାମାଜିକ ଏବଂ ସାମ୍ବାଦିକ କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ।
