କରୋନା ଯୋଦ୍ଧାଙ୍କୁ ପିସିସି ସଭାପତି ସମ୍ବର୍ଦ୍ଧିତ କଲେ – ସଂଯୋଜକ ଦୀପକ କୁମାର ମହାପାତ୍ର ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଓଡିଶା ତାଜା ନ୍ୟୁଜ୍‌ (୨୫ ମଇ, ସୋମବାର) ଭୁବନେଶ୍ୱର,କରୋନା ଯୋଦ୍ଧାଙ୍କୁ ପିସିସି ସଭାପତି ସମ୍ବର୍ଦ୍ଧିତ :- ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ୟଳୟ ପରିସରରେ କରୋନା ଯୋଦ୍ଧା ଭାବେ ଯୁବ କଂଗ୍ରେସ ଭୁବନେଶ୍ୱର ମଧ୍ୟମ ସଭାପତି ଶ୍ରୀ ସଂକୁନା କଂହର,ଯୁବ କଂଗ୍ରେସ ନେତା ଅଭିଳାଷ ମାଣିଆ,  ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ମୁନି ଥାପା ଓ ପିସିସି ଗଣମାଧ୍ୟମ  ସଂଯୋଜକ ଦୀପକ କୁମାର ମହାପାତ୍ର ଙ୍କୁ  ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଦିର୍ଘ ୨ ମାସରୁ ଉର୍ଦ୍ଧ ସମୟ ଧରି କରୋନା ସମୟରେ  ଚାଲିଥିବା ଲକଡାଉନରେ  ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କୁ ଏମାନେ ସୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରି ଆସୁଛନ୍ତି । ଉକ୍ତ କରୋନା ଯୋଦ୍ଧାଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି ସେମାନଙ୍କ  ଏତାଦୃଶ କାର୍ଯ୍ୟପାଇଁ ଭୁୟସୀ ପ୍ରଶଂସା କରିଥିଲେ । ଆଜି ଏହି କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାସ,ରଶ୍ମି ମହାପାତ୍ର,ପ୍ରକାଶ ମିଶ୍ର,ମନୋଜ ମହାପାତ୍ର, ଦୀପକ ସାହୁ ,ନିରଞ୍ଜନ ନାୟକ,ଆଦିତ୍ୟ ପ୍ରୀତମ ଦାସ, ନରେଶ ମହାନ୍ତି,ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version