
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) ବରଗଡ଼ :- ଆସନ୍ତା ଡ଼ିସେମ୍ବର ମାସ ୨୭ ତାରିଖ ରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ । ଏହା ୧୧ ଦିନ ବ୍ୟାପୀ ଚାଲିବ ଓ ୬ ଜାନୁଆରୀ ୨୦୨୩ରେ ଉଦଯାପିତ ହେବ ବୋଲି ଆଜି ବରଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ର ସାଧାରଣ ପରିଷଦ ବୈଠକ ରେ ସମିତି ର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସାଧାରଣ ପରିଷଦ ବିଭିନ୍ନ କମିଟି ର ୧୫୦ ଜଣ ସଭ୍ୟ,ସଭ୍ୟା ଅଂଶ ଗ୍ରହଣ କରିଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଯାତ୍ରା ସଫଳତା ର ସହିତ ଆୟୋଜନ ପାଇଁ ଆଲୋଚନା ହୋଇଥିଲା ।

