ବରଗଡ଼ କଂଗ୍ରେସ ର ପଥପ୍ରାନ୍ତ ସଭା

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର)ବରଗଡ଼ :- ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନେତୃତ୍ବ ରେ ଅତାବିରା ବ୍ଲକ କଂଗ୍ରେସ ସଭାପତି ଦୟାସାଗର ମେଣ୍ଡେଲିଙ୍କ ସଭାପତିତ୍ୱରେ “ମେହେଙ୍ଗାଇ ପେ ଚର୍ଚ୍ଚା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଡଭଗା ଛକ, ଗୋଡଭଗା ସପ୍ତାହିକି ବଜାର ପ୍ରାଙ୍ଗଣ ଠାରେ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ର ବଜେପି ସରକାର ଓ ରାଜ୍ଯ ବିଜେଡି ସରକାରଙ୍କ ଜନମାରଣ ନୀତି ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, କିରୋସିନ, ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦ୍ରବ୍ଯ ଗୁଡିକରେ ଅହେତୁକ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା ।

ଏହି ପ୍ରତିବାଦ ସଭା ରେ ପର୍ଯ୍ୟବେକ୍ଷକ ଶ୍ରୀ ଦୁର୍ଗା ପାଢ଼ୀ,ରବିନାରାୟଣ ପଣ୍ଡା,ପାଣ୍ଡବ କର୍ଣ୍ଣ,ଉନ୍ନି ନାୟର, କେ.ଶ୍ରୀନିବାସ, ପ୍ରତାପ ଚନ୍ଦ୍ର ନାୟକ, ଜିତୁ ଭୋଇ,ଦୀପକ ରାୟ, କୁନୁ ମହାପାତ୍ର, ଆଜାଦ ପତି, ଉମାଶଙ୍କର ଭୋସାଗର, ରମଣି ଦନ୍ତା, ସୌମ୍ୟକାନ୍ତ ଦାଶ, ଦିନେଶ,ନିତିଶ ସୁନା, ସରୋଜ ନାଏକ,ବିକାଶ ସୁରୁଜାଲ, ରମେଶ ପାଣ୍ଡିଆ, ଶତ୍ରୁଘନ ଭୋଏ,ବିନୋଦ ଖମୀର ପ୍ରମୁଖ ପଥପ୍ରାନ୍ତ ସଭାରେ ଯୋଗଦେଇ ଥିଲେ ।

Exit mobile version