ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ଗୁରୁବାର) କନ୍ଧମାଳ :- ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି l ଏନେଇ ବୁଧବାର ରାତ୍ରରେ ଫୁଲବାଣୀ ସହରରେ ଥିବା ଡାକପାଲା ପୋଲ ଉପରେ ତିନି ଫୁଟ ପାଣି ବହୁଥିଲା । ଅସାବଧାନତା ଯୋଗୁଁ ଜଣେ ବାଇକ୍ ଆରୋହୀ ଭାସିଯାଇଥିଲେ । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଉକ୍ତ ବ୍ୟକ୍ତି ଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ ।

କିନ୍ତୁ ପାଣିର ସୁଅ ଅଧିକ ଥିବାରୁ କାଲି ରାତି ପର୍ଯ୍ୟନ୍ତ ତାଙ୍କର କିଛି ପତ୍ତା ମିଳିପାରି ନ ଥିଲା । ଗୁରୁବାର ସକାଳୁ ପୁଣି ଅଗ୍ନିଶମ କର୍ମଚାରୀ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସଦସ୍ୟଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
