ବିଜୁ ଯୁବ ଜନତା ଦଳର ନବଗଠିତ ନୂତନ କର୍ମକର୍ତ୍ତା ଙ୍କୁ ନେଇ ଭର୍ଚୁଆଲ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ବିଜୁ ଯୁବ ଜନତା ଦଳର ନବଗଠିତ ନୂତନ କର୍ମକର୍ତ୍ତା ଙ୍କୁ ନେଇ ଭର୍ଚୁଆଲ ପ୍ଲାଟଫର୍ମ ରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡ଼ଃ ବ୍ୟୋମକେଶ ରାୟ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ମୂଖ୍ୟ ଅତିଥି ରୂପେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏକ ନୂତନ ବିକଶିତ ଓଡ଼ିଶା ଗଠନର ପରିକଳ୍ପନାରେ ସମସ୍ତ ଯୁବକ ମାନେ ନିଜକୁ ସାମିଲ କରିବାକୁ ଆହ୍ବାନ ଦେଇଥିଲେ । ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଭାବେ ସଦାସର୍ବଦା ଯୁବକ ମାନଙ୍କୁ ଗୁରୁତ୍ବ ଦେଇଛି ଏବଂ ଆଗାମୀ ଦିନରେ ମଧ୍ୟ ଜାରି ରହିବ ।

ଶ୍ରୀ ଦାସ ସମସ୍ତ ଯୁବ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ଏବଂଦଳର ସମସ୍ତ ସାମାଜିକ ସେବା କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଭର୍ଚୁଆଲ ବୈଠକରେ ସମ୍ମାନିତ ଅତିଥି ରୂପେ ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ(ଯୁବ-ଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବୈଠକରେ ଯୁବ ବିଜେଡି ର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ,ଧୃତି ରଞ୍ଜନ ମାର୍ଥା, ମହାସଚିବ ଏଲିନା ଦାଶ, ସମସ୍ତ ନୂତନ ରାଜ୍ୟ କର୍ମକର୍ତ୍ତା ଙ୍କ ସମେତ ଜୋନ୍ ସଭାପତି ଏବଂ ଜିଲ୍ଲା ସଭାପତି ମାନେ ଯୋଗ ଦେଇଥିଲେ ବୋଲି ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଆଶିଷ ରଞ୍ଜନ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

Exit mobile version