ବ୍ୟାସନଗର ପ୍ରେସ ଫୋରମର ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ ‘ଅଭୟ ସଭାପତି, ସମ୍ପାଦକ ମଳୟ’

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ବ୍ୟାସନଗର :- ଯାଜପୁର ଜିଲାର ଅଗ୍ରଣୀ ସାମ୍ବାଦିକ ସଙ୍ଘ ବ୍ୟାସନଗର ପ୍ରେସ ଫୋରମର ଆସନ୍ତା ଦୁଇବର୍ଷ ନିମନ୍ତେ କର୍ମକର୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ପତି ପୁନର୍ବାର ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ମଳୟ ମଲ୍ଲିକ ସଂପାଦକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଜେମ୍ସ କ୍ୟାମ୍ପସରେ ଥିବା ଫୋରମର ସ୍ଥାୟୀ କାର୍ଯ୍ୟାଳୟ ଠାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦୟାନିଧି ନାୟକ ଏବଂ ନିତ୍ୟାନନ୍ଦ ମାହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ସର୍ବସମ୍ମତି କ୍ରମେ ନିର୍ବାଚନ ନୁହେଁ ମନୋନୟନ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ ଉପରେ ଉପସ୍ଥିତ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ ।

ତଦନୁଯାୟୀ ମନୋନୟନ ମାଧ୍ୟମରେ ସମସ୍ତ କାର୍ଯ୍ୟକର୍ତାଙ୍କୁ ଚୟନ କରାଯାଇଥିଲା । ଏଥିରେ କାର୍ଯ୍ୟକାରୀ ସଭାପତି ଭାବେ ନିତ୍ୟାନନ୍ଦ ମାହାଳିକ, ଉପସଭାପତି ଭାବେ ଦୟାନିଧି ନାୟକ ଓ ଜ୍ଞାନରଞ୍ଜନ ଓଝା, ସାଧାରଣ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ମଳୟ ମଲ୍ଲିକ, ସମ୍ପାଦକ ଭାବେ ଯଜ୍ଞଦ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ଅଜୟ ସାହୁ, କାର୍ଯ୍ୟାଳୟ ସମ୍ପାଦକ ଭାବେ ବାଇଧର ମାଝୀ ମନୋନୀତ ହୋଇଥିଲେ । କାର୍ଯ୍ୟନିର୍ବାହୀ ପରିଷଦକୁ ଆଶୁତୋଷ ମିଶ୍ର, ଅଶୋକ ସାମନ୍ତସିଂହାର, ମାନସ ରଞ୍ଜନ ଆଇଚ, ସଞ୍ଜୟ ସରକାର, ଚିତରଞ୍ଜନ ବୋଇତାଇ ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।

ସେହିପରି ଦୀପକ ଦାସ, ଆଶିଷ ରାଉତ ଓ ରୁଦ୍ରପ୍ରତାପ ପାଢ଼ୀଙ୍କୁ ସମ୍ମାନୀୟ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଆନେକ କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ଶ୍ରୀ ମଲ୍ଲିକ ଓ ଅନ୍ୟ ସଦସ୍ୟମାନେ ଦୃଢୋକ୍ତିର ସହ ମତ ପ୍ରକାଶ କରିଥିଲେ । ବୃକ୍ଷରୋପଣ, ମାଗଣା ଚକ୍ଷୁ ପରୀକ୍ଷଣ ଶିବିର, ଟ୍ୟାଲେଂଟ ସର୍ଚ୍ଚ, ଭାଇଚାରାର ପ୍ରତୀକ କ୍ରିକେଟ ଟୁର୍ଣ୍ଣାମେଟ, ବଣଭୋଜି, ବାର୍ଷିକ ଉତ୍ସବ ପ୍ରଭୃତି କରାଯିବ ବୋଲି ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଶେଷରେ ବାଇଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version