ଗଜପତି ଅବକାରୀ ବିଭାଗର ଚଢ଼ଉ : ରାୟଗଡ଼ ବ୍ଲକର ମାଲବା   ଜାତୀୟ ରାଜପଥରୁ ଏକ କାରରୁ – ୮୪କେଜି ଗଞ୍ଜେଇ ଜବତ ଜଣେ ଗିରଫକାର ଜବତ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଅବକାରୀ ବିଭାଗ ଚନ୍ଦ୍ରଗିରି ରୁ ଜାତୀୟ ରାଜପଥରେ ଏକ କାରରେ ଗଞ୍ଜେଇ ଭୁବେଶ୍ବର ଏବଂ କୋଲକାତା ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ବିଭାଗର ମୋବାଇଲ ଟିମର ଅବକାରୀ ନିରୀକ୍ଷକ ନବସ୍ମିତା ନାୟକ, ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁ ଏବଂ ତାଙ୍କର ସହଯୋଗୀ ଓ ସଦର ରେଞ୍ଜ ଗଜପତିର ସହକର୍ମୀ ମାନେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଲବା ଗ୍ରାମ ନିକଟରେ ଜାତୀୟ ରାଜପଥ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କାର ମାରୁତି କାର ନଂ WB 06F 1545 କୁ ଅଟକାଇ ଯାଞ୍ଚ କରିବାରୁ କାର ମଧ୍ୟରୁ ୪୨ଟି ଗଞ୍ଜେଇ ପେକହୋଇଥିବା ବଣ୍ଡଲ ଜବତ ହୋଇଥିଲା ଓଜନ କଲା ପରେ ମୋଟ ୮୦କେଜି ରୁ ଉର୍ଦ୍ଧ ହେବ ଗଞ୍ଜେଇ ଜବତ କରାଯାଇଛି

ବୋଲି ଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ କହିଛନ୍ତି ଗଞ୍ଜେଇଚାଲାଣ କରୁଥିବା ଅଭିଯୋଗରେ ଚନ୍ଦନ ଲାଲସ୍ୱାଲ ସିଂ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇ କାରଟିକୁ ଜବତ କରାଯାଇଛି ଗିରଫ ହୋଇଥିବା ଆସନ ଆସାମୀକୁ ପଚରା ଉଚରା ଚାଲିଛି ଏହି ଗଞ୍ଜେଇ ଚୋରା ଚାଲାଣ ରେ ଅନ୍ୟ କିଏ ସଂପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ପରେ ଜଣାପଡ଼ିବ ବୋଲି ଅବକାରୀ ବିଭାଗର ନିରୀକ୍ଷକ ଶ୍ରୀ ସାହୁ କହିଛନ୍ତି

Exit mobile version