ନୟାଗଡ ଭାରତୀୟ ମଜଦୂର ସଂଘ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍‌ (୨୫ ମଇ, ସୋମବାର) ନୟାଗଡ ଭାରତୀୟ ମଜଦୂର ସଂଘ :- ନୟାଗଡ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଶା କର୍ମୀ ଏବଂ ଆଶା ସାଥି ଭଉଣୀ ମାନଙ୍କୁ ନେଇ ଇଟାମାଟି ଗ୍ରାମ ପଂଚାୟତ ର ଇଟାମାଟି ଗ୍ରାମର ବିଭିନ୍ନ ସାହିରେ ଘରକୁ ଘର ବୁଲି ସମସ୍ତ ଙ୍କୁ କରୋନା ସମ୍ବନ୍ଧିତ ସମସ୍ତ ଦିଗ ପ୍ରତି ସଚେତନ କରାଯାଇଥିଲା ଆଶା ସାଥି ଏବଂ କର୍ମୀ ଭଉଣୀ ମାନେ ମାସ୍କ ଏବଂ ହାତ ଧୁଆର ତରିକା ବୁଝାଇବା ସହିତ ପ୍ରତ୍ୟେକ୍ଷ ଭାବରେ ହାତ ଧୁଆ ର ଡେମୋ ପ୍ରଦର୍ଶନ କରିଥିଲେ

ନୟାଗଡ ଜିଲ୍ଲା ସଂଯୋଜକ ସୁକାନ୍ତ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ଉଦ୍ୟମରେ ଜନସାଧାରଣଙ୍କୁ ସାମାଜିକ ର ମହତ୍ୱ ସମ୍ବନ୍ଧରେ ଅବଗତ କରାଯାଇଥିଲା ଏଥିରେ ଆଶା ସାଥି ରଶ୍ମିତା ବେହେରା ନିଜର ବହୁ ସହପାଠିନୀ ବଉଣୀ ମାନଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସାହିରେ ଏହି ଜନ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ କରିଥିଲେ ତେବେ ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କୋଷାଧକ୍ଷ ରାମ ଚନ୍ଦ୍ର ଭଟ୍ଟ ଶାନ୍ତିଶୃଙ୍ଖଳାର ସହ ଆଗେଇ ନେଇ ଥିଲେ (ରିପୋର୍ଟ ରାମକୃଷ୍ଣ ରଥ )

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version