ବଜ୍ରପାତରେ ଗୋଟିଏ ବଳଦ , ଛେଳି ଓ ୫ ଗାଈ ମୃତ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ବୈପାରିଗୁଡା   :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଚିପାକୁର ପଂଚାୟତର ଚିପାକୁର ଗ୍ରାମରେ  ହଠାତ୍ ବର୍ଷା ,ପବନ ପ୍ରବଳ ହେବା ସହ ଘଡଘଡି ମାରିବା ଫଳରେ ବ୍ରଜପାତ ଘଟି ୫ ଟି ଗାଈ ଏବଂ ଗୋଟିଏ ଲେଖାଁଏ ବଳଦ ଓ ଛେଳି ମୃତ୍ୟୁ ହୋଇଥିବା ବେଳେ ଗାଈ ଚରାଳି ଅଳ୍ପକେ ଭର୍ତି ବଞ୍ଚି ଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ପରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ସୂଚନାନୁସାରେ ବୁଧବାର ଦିନ ସକାଳେ ଗ୍ରାମର ଚରାଳି ଗାଈ, ବଳଦ, ଛେଳି, ମେଣ୍ଡା କୁ ନେଇ ବାହାରି ପଡିଥିଲେ ।

ଦିନ ୧୧ ଟା ସମୟରେ ବ୍ରଜପାତ ହେବା ରୁ ଘଟଣାସ୍ଥଳ ହିଁ ଗାଈ, ବଳଦ ,ଛେଳି ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ କିମ୍ବା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଚାଷ କାର୍ଯ୍ଯ କରିବା ପରେ ଗାଈ ଗୁଡିକ ଚରିବା ପାଇଁ ଚରାଳି ଙ୍କୁ ଦେଇଥିବା ସମୟରେ ଗାଈ ଓ ବଳଦଙ୍କ ବଜ୍ରପାତରେ ମୃତ୍ୟୁ ହେବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣ ଦାବି ହୋଇଛି । ତେବେ ଚିପାକୁର ସରପଂଚ ରାଜୁ ଖିଲ ଓ କିଛି ସ୍ଥାନୀୟ ଲୋକପ୍ରତିନିଧି ଘଟଣାସ୍ଥଳ ରେ ପହଂଚି ଗାଈ, ବଳଦ ଓ ଛେଳି ମାଲିକ ମାନଙ୍କ ସହ  ଏହି ବିଷୟ ଆଲୋଚନା କରିଛନ୍ତି । 

Exit mobile version