ଭୁଶୁଡ଼ି ପଡ଼ିବ କି ବୋଦାପୁଟ ରାସ୍ତାର ପୂରାତନ ପୋଲ …? ଖଣ୍ଡଖଣ୍ଡ ହୋଇ ପଡୁଛି ସିମେଣ୍ଟ ଖଣ୍ଡ

ରାସ୍ତା ଚକାଚକ ପୋଲ ଦୁର୍ବଳ , ନୂତନ ପୋଲ ନିର୍ମାଣ ଦାବି

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ବୁଧବାର ) ବୈପାରିଗୁଡା :- ପଂଚାୟତବାସୀଙ୍କ ସହ କିଛି ପଂଚାୟତ ଓ ଛୋଟବଡ ଗ୍ରାମକୁ ସଯୋଗ ହେଉଥିବା ୧୨ ରୁ ୧୫ ବର୍ଷ ଭିତ ର ପୋଲ ଭୁଶୁଡି ପଡିବ କି ? ପୋଲ ପୂରାତନ ହେବା ସହ ବର୍ଷା ଦିନେ ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେଉ ଥିବାରୁ ପୋଲ ତଳ ସିମେଣ୍ଟ ଓ ପୋଲର ଦୁଇ କଡ ରୁ ମାଟ ଖସୁଥିବା ଫଳରେ ଏବେ ପୋଲ ଭୁଶୁଡି ପଡିବାର ସମ୍ଭାବନା ରହିଛି ବୋଲି ଅଂଚଳବାସୀ ଅନୁମାନ କରୁଥିବା ନେଇ ଆମ ପ୍ରତିନିଥିଙ୍କୁ କହିଥିବାର ଜଣାପଡିଛି ! ଏମିତି କିଛି ଦୁଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକର ବୋଦାପୁଟ ପଂଚାୟତ ର ଖରାଗୁଡା ଓ ରାଉତଗୁଡା ଗ୍ରାମ ମଝିରେ ଥିବା ବିଜ୍ର !

ବ୍ରିଜ୍ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ପଡୁଛି ସିମେଣ୍ଟ , ଚିପ୍ସ ବୋଲି ଗ୍ରାମବାସୀ କହିବା ସହିତ ଅଂଚଳବାସୀ କହିଛନ୍ତି ଯେ ଏବେ ପଂଚାୟତବାସୀଙ୍କ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆସି ରାସ୍ତା ନିର୍ମାଣ ଆରମ୍ଭ ହୋଇ ଅଧିକାଂଶ ସ୍ଥାନର ରାସ୍ତା ଚକାଚକ ହୋଇଯାଇଛି ମାତ୍ର ପୂରାତନ ପୋଲ ଏବେ ପର୍ଯ୍ୟନ୍ତ ନିର୍ମାଣ ନ ହୋଇ ପଡିରହିଛି ! ଯଦି ପୋଲ ଭୁଶୁଡି ଯିବ ତେବେ ଆମେ କେମିତି ବ୍ଲକ କାର୍ଯାଳୟ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଅନ୍ୟ କୌଣସି ସ୍ଥାନକୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଯାତାୟତ କରିବୁ ବୋଲି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି । କିଛି ମାସ ହେବ ହେଲାଣି ବିପଦସଙ୍କୁଳ ଅବସ୍ଥା ରେ ହେଉଛି ଯାତାୟତ କହିବା ସହ ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ସତନ୍ତ୍ର ଦୁଷ୍ଟି ଦେବା ଦାବି କରିଛନ୍ତି ଗ୍ରାମବାସୀ । ବ୍ରିଜ୍‌ ତଳର ଦୁଇ ତିନି ଟି ସ୍ଥାନରେ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିବା ଦେଖିବାକୁ ମିଳିଛି ।

ସେହି ପରି ଭାବେ ବର୍ଷାପାଣି ମାଡ ହୋଇ ପୋଲର ଦୁଇ ପାଶ୍ବରୁ ମାଟି ଖସିବା ସହ କିଛି ସ୍ଥାନ ରେ ମାଟି ଅତଡା ଖସି ଗାତ ସୃଷ୍ଟି ହୋଇଛି ! ତେବେ ଏହି ପୋଲ ଉପରେ ଦୁର୍ଘଟଣା ଘଟିଲେ ଦାୟୀ କିଏ ? ତାହାକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପୋଲ ର ପୁନଃ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ଅଂଚଳବାସୀ ! ବିଜୁ ସେତୁ ମାଧ୍ଯମରେ ଏହି ପଂଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ନିର୍ମାଣ କରାଗଲେ ଲୋକେ ଉପକୃତ ହେବେ ବୋଲି କହିଥିଲେ !ରାଜ୍ୟସରକାର ଓ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୁଷ୍ଟି ଦେବା ନେଇ ଲୋକପ୍ରତିନିଥି ଙ୍କ ସହ ପଂଚାୟତବାସୀ ଦାବି କରିଥିବା ପ୍ରକାଶ କରନ୍ତି !

Exit mobile version