ଗୁମ୍ମା ବ୍ଲକର ଗଣମାଧ୍ୟମ ପ୍ରତିନିଧି ଙ୍କୁ ବାଦଦେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ନେଇ ଅସନ୍ତୋଷ

ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ପାଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପିଡ଼ି ରମାଞ୍ଚଳ ଖାମାରି,ଏସପି ଜୟରାମ ଶତପଥୀ ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ଗୁମ୍ମା ବ୍ଲକରଅଜୟଗଡ଼,ନାମନଗଡ଼,କୁଜାସିଂ,ଭୁବନି,ସେରଙ୍ଗ ଓ ତୁମୁଲ ପଞ୍ଚାୟତ ସ୍ତରରେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ୬ଟି ପଞ୍ଚାୟତ ଜନସାଧାରଣଙ୍କ ଶୁଣାଣି ନିମନ୍ତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଅନୁତାପର ବିଷୟ ଯେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଶୁଣାଣି ସମ୍ପର୍କରେ କୌଣସିସୂଚନାଦିଆଯାଇନଥିବା ନେଇ ଅସନ୍ତୋଷ। ଉକ୍ତ ଶୁଣାଣି ଶିବିରରେ କିଛି ତ୍ରୁଟି ରହିଥିଲା କି ? ସେଥି ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆ ଯାଇନଥିଲା l

କାଳେ ତ୍ରୁଟି ପ୍ରକଟ ହେଇଯିବ ସେନେଇ ଗଣମାଧ୍ୟମ ଅଧିକାରୀଙ୍କ ଅଜାଣତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ ଏହି ଶୁଣାଣି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ କିଛି ତ୍ରୁଟି ରହିଛି ଯାହାକି ଜନ ଅସନ୍ତୋଷ ସୃଷ୍ଟି କରିବାରେ ଭୂମିକା ଗ୍ରହଣ କରିଥିବା ଜଣାପଡ଼ିଛି। ମୋଟ ୧୮୬ଟି ଅଭିଯୋଗର ସମାଧାନ ପାଇଁ ପଞ୍ଜିକରଣ ହୋଇଥିଲା। ସମସ୍ତ ଅଭିଯୋଗ ଗୋଷ୍ଟିଗତ ହୋଇଥିବା ବେଳେ କେତେକ ବ୍ୟକ୍ତିଗତ ସମସ୍ୟା ରହିଥିଲା। ବିଭିନ୍ନ ଗ୍ରାମର ପାନୀୟ ଜଳ ସମସ୍ୟା,ଅଜୟଗଡ଼ ଠାରୁ ଗିରା ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଅଜୟଗଡ଼ ଠାରେ ମୋବାଇଲ ଟାୱାର ସମସ୍ୟା।ମୁଖ୍ୟତଃ ଏହି ପଞ୍ଚାୟତ ଗୁଡ଼ିକ ବହୁ ସମସ୍ୟା ଘେରରେ ବୁଢ଼ୀ ରହିଥିବା ବେଳେ ଶୁଣାଣି କେବଳ ପ୍ରହୋସନ ପାଲଟିଛି ବୋଲି କୁହାଯାଏ।

ଏ ଅବସରରେ ବ୍ୟକ୍ତିଗତ ଗୁହାରି ଶୁଣିବା ପରେ କେତେକ ଆଶାବାଡ଼ି,କର୍ଣଯନ୍ତ୍ର ଓ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ ପ୍ରକଳ୍ପ ନିର୍ଦ୍ଦେଶକ ରମାଞ୍ଚଳ ଖାମାରି। । କହିବାକୁ ଗଲେ “ଗଣମାଧ୍ୟମ” ହେଉଛି ଗଣତନ୍ତ୍ର ସମ୍ବିଧାନର ଚତୁର୍ଥ ସ୍ଥମ୍ବ ହେଉଥିବା ବେଳେ ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅନୁପସ୍ଥିତ ରହିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏନେଇଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ବହୁ ଯୋଗାଯୋଗ ପରେ କୌଣସି ଉତ୍ତର ମିଳିନାହିଁ।

Exit mobile version