ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) କଟକ :- ଟ୍ରକ ବସ ରେଡିଆଲ କ୍ଷେତ୍ରରେ ଭାରତୀୟ ଟାୟାର ଇଣ୍ଡଷ୍ଟ୍ରିର ପ୍ରମୁଖ ତଥା ବଜାର ଅଗ୍ରଣୀ, ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଓଡ଼ିଶାର କଟକ ଠାରେ ନୂତନ ଜେକେ ଟାୟାର ଟ୍ରକ ହୁଇଲ ସେଂଟରର ଉଦ୍ଘାଟନ କରାଯାଇଛି । ଅତ୍ୟାଧୁନିକ ସୁବିଧାରେ ବ୍ୟବସ୍ଥିତ ଓଡ଼ିଶାର ଏହି ଫ୍ଲାଗସିପ ସେଂଟରକୁ ଗ୍ରାହକମାନଙ୍କୁ ସର୍ବୋତମ ସମାଧାନ ଯୋଗାଇଦେବା ଲାଗି ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ପୂର୍ବ ଭାରତରେ ଏହାର ଟ୍ରକ ହୁଇଲ ନେଟୱର୍କ ସଂଖ୍ୟା ୧୨ରେ ପହଂଚିଛି । ଏହି ୱାନ ଷ୍ଟପ ସଲ୍ୟୁସନ ଟ୍ରକ ହୁଇଲ ସେଂଟର, ଶ୍ରୀ ଅମ୍ବିକା ଅଟୋ ଷ୍ଟୋର ହେଉଛି ଓଡ଼ିଶାରେ ପ୍ରଥମ ଏବଂ ଦେଶରେ ୭୩ତମ ସେଂଟର ।

ଜେକେ ଟାୟାର ଓ ଇଣ୍ଡଷ୍ଟ୍ରିଜ ଲିମିଟେଡ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ସଞ୍ଜୀବ ଶର୍ମା, ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ନୂଆ ଟ୍ରକ ହୁଇଲ ସେଂଟରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ଆନନ୍ଦ ପୋଦର, ଶ୍ରୀ ଅମ୍ବିକା ଅଟୋ ଷ୍ଟୋର ମାଲିକ ଶ୍ରୀ ମନମୋହନ ପୋଦର, ଜୋନାଲ ମ୍ୟାନେଜର (ଇଷ୍ଟ) ସୁବନ୍ଧୁ ଚକ୍ରବର୍ତି ପ୍ରମୁଖ ଉପସ୍ଥିତ ରହିଛନ୍ତି । ୮୦୦୦ ବର୍ଗଫୁଟର ଏହି ଫାସିଲିଟି ସେଂଟର ୫୫ ନମ୍ବର ଜାତୀୟ ରାଜପଥ, କଟକ, ଓଡ଼ିଶା, ୭୫୩୦୦୧ ଠାରେ ଅବସ୍ଥିତ । ଏହି ଅତ୍ୟାଧୁନିକ ସେଂଟର ଉଚ୍ଚ ପ୍ରଶିକ୍ଷିତ ଟେକ୍ନିକାଲ ପରାମର୍ଶଦାତାମାନଙ୍କର ଏକ ଦଳ, ହୁଇଲ ସର୍ଭିସିଙ୍ଗ ଉପକରଣ, ଟ୍ରକ/ ବସ ପାଇଁ ସମ୍ପୂର୍ଣ୍ଣ ରେଞ୍ଜର ସ୍ମାର୍ଟ ଟାୟାର ଏବଂ ଏହାର ନୂତନ ଷ୍ଟୋର ପାଇଁ ଜେକେ ଟାୟାର୍ର ରିଟେଲ ପରିଚୟକୁ ପ୍ରଦର୍ଶିତ କରୁଥିବା ଏକ ଏକ୍ସପିରିଏନ୍ସ ଜୋନ ସହିତ ସୁସଜ୍ଜିତ ହୋଇଛି ।
