
ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- ଅଟଳ ଇନ୍କ୍ୟୁବେଶନ ସେଂଟର୍-ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଏହାର ବାର୍ଷିକ ପ୍ରି-ଇନ୍କ୍ୟୁଶେନ ପ୍ରୋଗ୍ରାମ, ଆଇଡିଆନେଷ୍ଟ ୨.୦ର ୨ୟ ଚାପ୍ଟର୍ର ଗ୍ରାଜୁଏଶନ ଡେ’ ଆୟୋଜିତ ହୋଇଯାଇଛି । ଏଆଇସି-ନାଳନ୍ଦା ଏହି କାର୍ଯ୍ୟକ୍ରମକୁ ଜୁନ୍ ୨୦୨୨ରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟର ଷ୍ଟାର୍ଟଅପ୍ଗୁଡିକ ପାଇଁ ପରିଚାଳନା କରିଥିଲା । ଭାରତର ୧୧ଟି ରାଜ୍ୟରୁ ଆବେଦନ କରିଥିବା ମୋଟ ୮୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏହି ୩ ମାସିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଇକୋସିଷ୍ଟମ ପାର୍ଟନର ଭାବେ ଷ୍ଟାର୍ଟଅପ୍ ଓଡିଶା, ନଲେଜ୍ ପାର୍ଟନର୍ ଭାବେ ହେଡ୍ଷ୍ଟାର୍ଟ ନେଟ୍ୱର୍କ ଫାଉଣ୍ଡେଶନ, ଟେକ୍ନୋଲୋଜି ପାର୍ଟନର୍ ଭାବେ ଏଡବ୍ଲ୍ୟୁଏସ୍ ଷ୍ଟାର୍ଟଅପ୍ ର୍ୟାମ୍ପ୍ ଏବଂ ଆଉଟ୍ରିଚ୍ ପାର୍ଟନର୍ ଭାବେ ଏସ୍କମ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଭୁବନେଶ୍ୱର ଓ ମାଇଁଷ୍ଟାର୍ଟଅପ୍ ୟାତ୍ରା ସମର୍ଥନ କରିଥିଲେ ।

