ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ଖୋଲିଲା ଷ୍ଟାରଲିଙ୍ଗ ଫରେଷ୍ଟ ରିସୋର୍ଟ ନାମକ ତାରକା ହୋଟେଲ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଚନ୍ଦ୍ରଗିରି ପ୍ରେମ ପ୍ଳାନ ସ୍ବେଛାସେବୀ ସଂସ୍ଥା ପରିସର ମଧ୍ୟରେ ଶୁଭାରମ୍ଭ ହୋଇଛି ଷ୍ଟାରଲିଙ୍ଗ ଫରେଷ୍ଟ ରିସୋର୍ଟ ନାମକ ତାରକା ହୋଟେଲ। ଜଣେ ପ୍ରତିଷ୍ଠିତ ଶିଲ୍ପପତି ଅଜିତ କୁମାର ସାହୁଙ୍କ ତତ୍ବାବଧାନରେ ଏହି ତାରକା ହୋଟେଲର ଶୁଭାରମ୍ଭ ହୋଇଯାଇଛି। ଏଠାରେ ଅତିକମ ମୂଲ୍ୟରେ ଲୋକଙ୍କୁ ରହିବା ଖାଇବା ଭଳି ସମସ୍ତ ସୁବିଧା ଉପଲବ୍ଧ ଅଛି । ଏହି ଅଞ୍ଚଳରେ ପର୍ଯ୍ୟଟନଙ୍କ ସୁବିଧା ନିମନ୍ତେ ଦୃଷ୍ଟିଦେଇ ପରିଚାଳକ ତାରକା ହୋଟେଲ ଆରମ୍ଭ କରିଥିବାରୁ ଏହାର ସୁବିଧା ନିଶ୍ଚୟ ପର୍ଯ୍ୟଟକ ନେବେ। ନିକଟରେ ଥିବା ପର୍ଯ୍ୟଟନ ସ୍ଥାନ ଗୁଡିକ ପରିଦର୍ଶନ ସାରି ଆସିଥିବା ଲୋକମାନଙ୍କୁ ଏଠାରେ ସମସ୍ତ ରହିବା ଓ ଖାଇବା ସୁବିଧା ମିଳିବ ବୋଲି କହିଛନ୍ତି ପରିଚାଳକ।

ଏହି ଅଞ୍ଚଳକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସୁଥିବା ବେଳେ ରହିବା ଲାଗି କୌଣସି ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ଅନେକ ଅସୁବିଧାର ସମୁଖୀନ ହେଉଥିଲେ । କିନ୍ତୁ ଆଜି ଠାରୁ ଏହି ସମସ୍ୟା ଦୂର କରିବ ଏହି ଷ୍ଟାରଲିଙ୍ଗ ଫରେଷ୍ଟ ରିସର୍ଟ ।ହୋଟେଲ କର୍ତୁପକ୍ଷ କହିବାନୁସାରେ ଏଠାରେ ରହିବା ଖାଇବା ସହ ରବର ପ୍ଳାଣ୍ଟେସନ ,କଫି ପ୍ଳାଣ୍ଟେସନ ,ଓପେନ ଜିମ ,ଚିଲଡ୍ରେନ ପାର୍କ ତଥା ଅନେକ ସୁବିଧା ପର୍ଯ୍ୟଟକ ମାନେ ଉପଭୋଗ କରିବେ ।

ଏହା ଗଜପତି ଜିଲ୍ଲାରେ ପ୍ରଥମ ରିସର୍ଟ ହୋଟେଲ କହିଲେ କିଛି ଭୁଲ ହେବ ନାହି ବୋଲି କିଛି ପର୍ଯ୍ୟଟକମାନେ ପ୍ରଥମ ଦିନରେ ଆସି ପ୍ରକାଶ କରିଛନ୍ତି । ଆଉ ମଧ୍ୟ କହିଛନ୍ତି କି ଏହା ବ୍ୟତୀତ ଚନ୍ଦ୍ରଗିରି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ଥିବା ବେଳେ ଖସଡ଼ା, ମାଙ୍କଡ ଡିଆଁ ଭଳି ପର୍ଯ୍ୟଟନ ସ୍ଥଳି ଥିବା ବେଳେ ଏଠାରେ ଏମିତି କିଛି ରହିବା ପାଇଁ ଭଲ ସୁବିଧା ନଥିବା ହେତୁ ଏଠାରେ ଏହି ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ଙ୍କ ପାଇଁ କମ୍ ଦାମ୍ ରେ ଏଠାରେ ସବୁ କିଛି ସୁବିଧା କରାଯାଇଛି ବୋଲି କହିଛନ୍ତି ପରିଚାଳନା ଅଧିକାରୀ ।

Exit mobile version