ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶରେ ସ୍ମାରକ ପତ୍ର ପ୍ରଦାନ – ହିଞ୍ଜିଳିକାଟୁ

ଓଡିଶା ତାଜା ନ୍ୟୁଜ୍‌ (୨୪ ମଇ, ରବିବାର ) ହିଞ୍ଜିଳିକାଟୁ :- ଓଡ଼ିଶା ରାଜ୍ୟ ପ୍ରତ୍ୟେକ ବର୍ଷ ଦୈବ ଦୁର୍ବିପାକର ସମ୍ମୁଖୀନ ହୋଇ ବିପର୍ଯ୍ୟୟ ହୋଇ ଆସୁଅଛି । ଏହା ଦ୍ୱାରା ରାଜସ୍ୱ ହାନୀ ହେବା ସହ ଜୀବନ ଜୀବିକା ବିପନ୍ନ ହୋଇ ପଡ଼ୁଛି । ମହାନଦୀ ଜଳ ସମସ୍ୟା ହେଉ କିମ୍ବା ପୋଲଭରମ ଜଳ ବିବାନ ହେଉ ଏହା ଯଥାଶୀଘ୍ର ସମାଧାନ କରି ଓଡ଼ିଶା ପ୍ରଦେଶସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦାବି ନେଇ ଜନସଚେତନତା ମଂଚର ଆହାହକ ସତ୍ୟବ୍ରତ ଦାସ ସାରା ଓଡ଼ିଶା ପଦଯାତ୍ରା କରି ରାଜ୍ୟର ୩୧୪ଟି ବ୍ଳକର ଗୋଷ୍ଠୀ ଉନ୍ନୟନଅଧିକାରୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଆସୁଛନ୍ତି ।

ରବିବାର ଶ୍ରୀ ଦାସ ଦୀର୍ଘ ୫ ହଜାର କିଲୋମିଟର ପଦଯାତ୍ରା କରି ହିଞ୍ଜିଳିକାଟୁରେ ପଂହଚିଥିଲେ । ଶ୍ରୀ ଦାସ ରବିବାର ସୁଦ୍ଧା ୧୭୪ ବ୍ଳକକୁ ପଦଯାତ୍ରା କରି ଦାବି ପତ୍ର ପ୍ରଦାନ କରି ସାରିେଏଣି । ହାତରେ ତ୍ରିରଙ୍ଗା ପତକା ଧରିବା ସହ ବେବକରେ ସ୍ୱତନ୍ତ୍ର ରାଜ୍ୟା ପାହ୍ୟା ଦାବି ସମ୍ବଳିତ ଲିଫ୍‌ାଲେଟ ଝୁଲାଇ ରାସ୍ତାରେ ଯାଉଥିବା ସମୟରେ ହିଞ୍ଜିଳିକାଟୁ ବସ ଟର୍ମିନାଲ ନିକଟରେ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ସଙ୍ଗଠନ, ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଦାସଙ୍କ ଦାବିକୁ ମହତ୍ୱ ଜଣାଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଉତ୍ସାହିତ କରିଥିଲେ । ପରେ ଶ୍ରୀ ଦାସ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟକୁ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ । (ରିପୋର୍ଟ୍ : ଶେଷଦେବ ସାହୁ)

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version