ମୁଖ୍ୟମନ୍ତ୍ରୀ ,ଗଣଶିକ୍ଷା ମନ୍ତ୍ରୀ , ଏବଂ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ପଞ୍ଚାୟତ ରେ ଥିବା ଶ୍ରୀ ବନ୍ତଦେଇପୁର ୟୁ ଜି ଏମ ଇ ବିଦ୍ୟାଳୟ ଟି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁ ରାଜ୍ୟ ସରକାରଙ୍କ ଙ୍କ ଗଣଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପରିଣତ ହୋଇଛି । ଯାହାଫଳରେ ଦୁରୁଦୁରା ପଞ୍ଚାୟତବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଗଣଶିକ୍ଷା ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏନେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପୂର୍ବତନ ସମିତି ସଭ୍ୟ ନୃସିଂହ ଚରଣ ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦ୍ଘାଟନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,୧୭ ନଂ ଜିଲ୍ଲା ପରିଷଦ ପ୍ରତିମା ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ସଞ୍ଜୟ କୁମାର ସାହୁ,ସମିତି ସଭ୍ୟ ଗଗନ ବିହାରୀ ମହାପାତ୍ର,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ସି ଆର୍ ସି ସି ରାକେଶ କୁମାର ଘଡେ଼ଇ ,

ବିଦ୍ୟାଳୟ ପରିଚାଳନା କମିଟି ସଭାପତି,ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ,ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ ,ଦାଶରଥି ପ୍ରଧାନ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭାଗୀୟ ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କୁ ଏଭଳି ଐତିହାସିକ ପଦକ୍ଷେପ ପାଇଁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ।୧୯୩୨ ମସିହାରେ ଶ୍ରୀବନ୍ତଦେଇପୂର୍ ପ୍ରାଥମିକ ବିଦ୍ୟାଳୟ, ୧୯୮୬ ମସିହାରେ ଏମ ଇ,୨୦୧୧ ମସିହାରେ ଅଷ୍ଟମ ଶ୍ରେଣୀ ଏବଂ ୨୦୨୨ ମସିହାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ମାନ୍ୟତା ମିଳିଲା ।

Exit mobile version