ବୈପାରିଗୁଡା ଥାନା ଇଲାକାରେ ବାଇକ ଦୁର୍ଘଟଣାରେ ଗଲା ଜଣଙ୍କ ଜୀବନ ୩ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ସୋମବାର ) ବୈପାରିଗୁଡା :- ଏବେ କିଛି ଦିନ ହେବ ବୈପାରିଗୁଡା ମାଲକାନଗିରି ରାସ୍ତାରେ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଛୋଟବଡ ଦୁର୍ଘଟଣା ଘଟି ଚାଳକ ମୃତ୍ୟୁବରଣ କରୁଥିବା ନଜର କୁ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା ପ୍ରଶାସନ କରୁନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଲୋକଙ୍କୁ ସଡକ ସୁରକ୍ଷା ବିଷୟକୁ ନେଇ ପୋଲିସ , ସ୍ୱୋଚ୍ଛାସେବୀ ଅନୁଷ୍ଠାନ ଗୁଡିକ ସଚେତନତା କରାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । ଏହାକୁ ଯଦି ରୋକା ନ ଯାଏ ତେବେ ପ୍ରତିଦିନ ଏହି ଘଟଣା ବଢି ଚାଲୁଥିବା ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଛର ବିଷୟ ହୋଇଛି । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଧୀନ କାଠପଡା ପହଚାୟତର ଭାଳିଆପଦର ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେଇ ଦୁର୍ଘଟଣା ଘଟିଛି ।

ତେବେ ବାଇକ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅବ୍ୟସ୍ଥାରେ ପଡି ରହିଥିବାର ଜଣାପଡିଛି । ତେବେ ଚକଚକ ରାସ୍ତାରେ କେମିତି ଦୁଇ ବାଇକ ମଧ୍ୟରେ ଧକ୍କା ହେଲା ତାହା ଜଣା ପଡି ନ ଥିବା ବେଳେ ମୁତକ ଜଣକ ବାଘଖଦରା ଗ୍ରାମର ଜୟରାମ ପାଙ୍ଗୀ ବୋଲି ଶୁଣିବାକୁ ମିଳେ । ଅନ୍ୟ ତିନି ଲକ୍ଷ୍ମଣ ଜାନୀ, ଗୁରୁ ଦୁଲିଆ, ରମେଶ ଅନ୍ତା । ପ୍ରାପ୍ତ ସୂଚନା ଅନୁସାରେ କନ୍ଧପୋଡାପଦର ଗ୍ରାମର ଗୁରୁ ଦୁଲିଆ, ରମେଶ ଅନ୍ତା ଚିଳିମାଳ ଯାଇ ଫେରୁଥିବା ସମୟରେ ବାଘଖଦରା ଗ୍ରାମର ଜୟରାମ ପାଙ୍ଗୀ ଓ ଲକ୍ଷ୍ମଣ ଜାନୀ ଙ୍କ ମଧ୍ୟ ଭାଳିଆପଦର ପାଖରେ ଦୁର୍ଘଟଣା ହୋଇଥିବାର ଜଣାପଡିଛି ।

ରାସ୍ତା ମଝିରେ ଦୁର୍ଘଟଣା ହୋଇଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରୁଥିବା କିଛି ଯୁବକ ଓ ଯାତ୍ରୀ ମାନେ ଏହି ତିନି ଜଣଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ବୈପାରିଗୁଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ତେବେ ମୃତକ ଯୁବକ ଓ ଅନ୍ୟ ଜଣେ ଯୁବକ କେଉଁ ସ୍ଥାନକୁ ଯାଇ ଘରକୁ ଫେରୁଥିଲେ ତାହା ଜଣାପଡିନାହିଁ । ବୈପାରିଗୁଡା ପୋଲିସ ଘଟଣା ସ୍ଥଳ ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି । ଗୁରୁତର ଯୁବକ ମାନଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମୋଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Exit mobile version