
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ବଡ଼ମ୍ବା :- ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ । ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ତେବେ ରବିବାର ଅପରାହ୍ନରେ ମନ୍ଦିରରୁ ସମ୍ପୁର୍ଣ୍ଣ ପାଣି ଛାଡ଼ିବା ପରେ ମା ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମା ପୀଠକୁ ଫେରିବା ସହିତ ଭକ୍ତଙ୍କ ଅପେକ୍ଷାର ଅନ୍ତଘଟିଥିବା ପ୍ରକାଶ ।

