ନୂଆଗାଁ ବ୍ଲକ୍ ରେ ବୁଲିଲା ଅହିଂସା ରଥ

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ନୂଆଗାଁ :- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ଉଦ୍ଦେଶ୍ୟ ନେଇ ରାଜ୍ୟବ୍ୟାପୀ ଅହିଂସା ରଥ ବୁଲୁଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ଅହିଂସା ରଥ ପରିକ୍ରମା କରିଛି । ଅହିଂସା ରଥ ନୂଆଗାଁ ହାଇସ୍କୁଲ ସମ୍ମୁଖରେ ପହଞ୍ଚିବା ପରେ ନୂଆଗାଁ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳି ସାସମଲ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଏ ସି ଓ ରଘୁନାଥ ସାହୁ , ଜି ପି ଓ ସାଧୁଚରଣ ସାହୁ ,ପ୍ରମୁଖ ଅହିଂସା ରଥକୁ ସ୍ବାଗତ ,ସମ୍ବର୍ଦ୍ଧନା ଜଣାଇଥିଲେ।ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ରେ ଜାତୀୟ ପତାକା ଧରି ନୃତ୍ୟ ପରିବେଷଣ କରିଥିଲେ ।

ସେହିପରି ଅହିଂସା ରଥକୁ ପାରାଢିପି ପଞ୍ଚାୟତ ଥିଆବାରି ଗ୍ରାମ ରେ ବିଡ଼ିଓ ପ୍ରମୋଦ କୁମାର ନାୟକ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ ଙ୍କ ସମେତ ଗ୍ରାମବାସୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ଢେଙ୍କେଣା ପଞ୍ଚାୟତ ରେ ସରପଞ୍ଚ ଯୁଗଳ କିଶୋର ସାହୁ ଙ୍କ ସମେତ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହିପରି ଭାବେ ମାଳିସାହି, ଚାହାଳି, ବାହାଡ଼ ଝୋଲା ଆଦି ପଞ୍ଚାୟତ ରେ ଅହିଂସା ରଥ କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଅହିଂସା ରଥ ପରିକ୍ରମା କରିଥିଲା ।

Exit mobile version