ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବନ୍ୟା ପ୍ରଭାବିତ ଙ୍କୁ ମିଳିବ ରିଲିଫ୍ ସହାୟତା

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକ୍ ର ବହୁ ପଞ୍ଚାୟତ ମହାନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟ ସରକାରଙ୍କ ଙ୍କ ତରଫରୁ ୧୦ ଟି ଜିଲ୍ଲାକୁ ରିଲିଫ୍ ଘୋଷଣା କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ବାଦ୍ ପଡ଼ିଥିଲା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରିଲିଫ୍ ସହାୟତା ପାଇଁ ନିବେଦନ କରିଥିଲେ ।

ତାହା ସଫଳ ହୋଇଛି । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିଶନର ଙ୍କ କାର୍ଯ୍ୟାଳୟ ରୁ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ୭ ଦିନ ରିଲିଫ୍ ସହାୟତା କରିବା ପାଇଁ ଅଗଷ୍ଟ ୧୯ ତାରିଖ ଚିଠି ନଂ ୪୭୩୯ ରେ ନୟାଗଡ ଜିଲ୍ଲାପାଳ ଙ୍କୁ ଚିଠି କରାଯାଇଛି । ଏହି ଖବର ପ୍ରକାଶିତ ହେବା ପରେ ବନ୍ୟା ପ୍ରଭାବିତ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version