ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜରିଆରେ ୨ ଲକ୍ଷ ୨୫ ହଜାର ଟଙ୍କା ଦେଲେ – ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ

ଓଡିଶା ତାଜା ନ୍ୟୁଜ୍‌ ( ୨୪ ମଇ, ରବିବାର ) ଭୁବନେଶ୍ୱର :- ଭାରତୀୟ ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ (ନ୍ୟାସନାଲ୍‌ ଫେଡେରେସନ୍‌ ଅଫ୍‌ ଇନ୍‌ସୁ୍ୟରାନ୍ସ ଫିଲï ୱାକର୍ସ ଅଫ୍‌ ଇଣ୍ଡିଆ ), କଟକ ଡିଭିଜନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ମୁକାବିଲା ପାଇଁ ୨ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ଭେଟି ସଂଘ ତରଫରୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

ସଂଘର ସାଧାରଣ ସଂପାଦକ ଶ୍ରୀ ବିଜୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଚେକ୍‌ ଆକାରରେ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରଦାନ କରିଛନ୍ତି । କଟକ ଡିିଭିଜନ୍‌ ଅଧୀନସ୍ଥ ୧୯ଟି ଶାଖାର ସଂଘ ଅନ୍ତର୍ଭୁକ୍ତ ସଦସ୍ୟମାନେ ଏହି ଅର୍ଥ ପ୍ରଦାନ କରିଛନ୍ତି ଆଜି ଏହି ଚେକ୍‌ ପ୍ରଦାନ ସମୟରେ ସଂଘର ଇଷ୍ଟ ସେଣ୍ଟ୍ରାଲ୍‌ ଜୋନର ସଭାପତି ଶ୍ରୀ ତାରିଣୀ ପ୍ରସାଦ ମହାପାତ୍ର, କଟକ ଡିଭିଜନ୍‌ର ଆବାସିକ ସଂପାଦକ ଶ୍ରୀ ଦେଶରଞ୍ଜନ ମହାପାତ୍ର, ଉପସଭାପତି ଶ୍ରୀ ହରେକୃଷ୍ଣ ପଣ୍ଡା, ଯୁଗ୍ମ ସଂପାଦକ ଶ୍ରୀ ରାଜେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

Exit mobile version