
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ଭୁବନେଶ୍ୱର :- ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଗୁରୁବାର ଅପରାହ୍ଣରେ ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ ତାଙ୍କ ମଣିଷ ପଣିଆ ପାଇଁ ଅଧିକ ସ୍ମରଣୀୟ ବୋଲି ବକ୍ତାମାନେ ଏହି ଅବସରରେ ପ୍ରକାଶ କରିଥିଲେ । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକ ବାବୁଙ୍କ ପାଇଁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଏକାଠି ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ । ଅଶୋକ ପଟ୍ଟନାୟକଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ ପ୍ରଥମ ଥର ପାଇଁ ଏହି ଶ୍ରାଦ୍ଧ ସଭାରେ ଯୋଗ ଦେଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ । ପିତାଙ୍କ ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧା ସମ୍ପର୍କରେ ଅବଗତ ହେବା ପରେ ସେ ଅଭିଭୂତ ହୋଇଯାଇଥିଲେ ।

