ଓଡ଼ିଶା ବିଧାନସଭାରେ ସଦ୍‌ଭାବନା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ଭୁବନେଶ୍ୱର :- ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ସଦ୍‌ଭାବନା ଦିବସ ଅବସରରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ସମସ୍ତ ଅଧିକାରୀ ଓ କର୍ମଚାରୀ ଦେଶର ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ନିମନ୍ତେ ଶପଥ ନେଇଥିଲେ ।

ସଚିବ ଶ୍ରୀ ଦାଶରଥୀ ଶତପଥୀ ଏହି ଶପଥପାଠ କରାଇଥିଲେ । ପ୍ରକାଶଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମଚ୍ଚତିରେ ଦେଶରେ ଶାନ୍ତି, ଜାତୀୟ ସଂହତି ଓ ସାଂପ୍ରଦାୟିକ ସଦ୍‌ଭାବ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ତାଙ୍କ ଜନ୍ମତିଥି ଅଗଷ୍ଟ ୨୦ ତାରିଖରେ ସଦ୍‌ଭାବନା ଦିବସ ପାଳନ କରାଯାଇଥାଏ ।

Exit mobile version