ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା ଓ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଗଜପତି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳଳୟ ପକ୍ଷରୁ ଏକ ଭୋଟର ସଚେତନତା ତଥା ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସହକାରୀ କଲେକ୍ଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଭୂୟାଁ , ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

ଅନ୍ୟପକ୍ଷରେ , ଭୋଟର ହେଲ୍ପ-ଲାଇନ୍ ଆପ ଡାଉନଲୋଡ କରି ନିଜ ମୋବାଇଲ ମାଧ୍ୟମରେ ଭୋଟର ଲେଲେକ୍ଟ୍ରୋରାଲ ରୋଲରେ ନିଜ ନାମ ପଞ୍ଜିକୃତ କରିବା ପାଇଁ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇ ଉତ୍ସାହିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ଅଧିକାରୀ ତଥା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ । ଛାତ୍ରୀମାନେ ଏହି ମହତ୍ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ବିଶେଷ ଉପକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version