କାଠପଡା ହିତାଧିକାରୀଙ୍କୁ ପ୍ରଦାନ କରାଗଲା ବାର୍ଦ୍ଧକ୍ୟ ଭତ୍ତା : ପ୍ରତିଶୁତି ରକ୍ଷା କଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କାଠପଡା ପଂଚାୟତର କାଠପଡା ପଂଚାୟତର କାଠପଡା ଗ୍ରାମ ସହିତ ବାଘଖଦରା, ରାଜାମୁଣ୍ଡା, ମୂଷାପଦର,ଧନିବାଲାସା, ଡାଲିଆଗୁଡା,ମନ୍ତ୍ରୀଆମ୍ବ,ଜାଲିଆଗୁଡା, ତଳିଆଗୁଡା, ସିଲିମାଳ ଗ୍ରାମର ୧୦୦ ହିତାଧିକାରୀଙ୍କ ସହିତ ସରପଂଚ,ସମିତିସଭ୍ଯ,ଓ୍ବାର୍ଡମେମ୍ବର, ଗ୍ରାମବାସୀ ଓ ସ୍ବୋଚ୍ଛାସେବୀ ଯୁବକ ମାନେ ବ୍ଲକ କାର୍ଯ୍ଯାଳୟରେ ପହଂଚି ଦୁଇ ତିନି ମାସ ରୁ ଅଧିକ ସମୟ ହେବ ଉକ୍ତ ଗ୍ରାମର ହିତାଧିକାରୀ ମାନେ ସେମାନଙ୍କ ବାର୍ଦ୍ଧ୍ଯକ ଭତ୍ତା ପାଇନଥିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀଙ୍କୁ ଦେଖା କରି ଆଲୋଚନା କରିବା ସହ ବାର୍ଦ୍ଧ୍ଯକ ଭତ୍ତା ପ୍ରଦାନ କରିବା ନେଇ ଗୁହାରୀ ମଧ୍ଯ କରିଥିଲେ !

ଆମେ ମଧ୍ଯ ଏହି ବିଷୟକୁ ନେଇ ଗତ ୧୮ତାରିଖ ଦିନ ହିତାଧିକାରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା:ବ୍ଲକ କାର୍ଯ୍ୟଳୟରେ ପହଂଚିଲେ ଗ୍ରାମବାସୀ ଓ ଲୋକ ପ୍ରତିନିଥି ବୋଲି ଖବର ପ୍ରସାରଣ ମଧ୍ଯ କରିଥିଲୁ ! ଆଜି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ କାଠପଡା ପଂଚାୟତ କାର୍ଯାଳୟକୁ ଯାଇ ହିତାଧିକାରୀ,ଗ୍ରାମବାସୀ ଓ ଲୋକପ୍ରତିନିଥି ମାନଙ୍କୁ ନେଇ ଏକ ବୈଠକ କରି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି !

ସେହି ପରି ଭାବେ ଦୁଇ ତିନି ମାସରୁ ଅଧିକ ସମୟ ପର୍ଯ୍ଯନ୍ତ ଯେଉଁ ମାନେ ଭତ୍ତା ପାଇ ପାରି ନଥିଲେ ସେମାନଙ୍କୁ ନିଜେ ଉପସ୍ଥିତିରେ ପିଇଓ, ସରପଂଚ ଓ ସମିତିସଭ୍ଯାଙ୍କ ହାତରେ ଏହି ହିତାଧିକାରୀ ମାନଙ୍କୁ ସେମାନଙ୍କର ଭତ୍ତା ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି !ଆଜିର ଏହି ବୈଠକରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାତ୍ତିକ ପାଢୀ, କାଠପଡା ସରପଂଚ ଗୌରୀ ପାଙ୍ଗୀ, ନାଏବ ସରପଂଚ ସାଧୁ ଖିଲ, ସମିତିସଭ୍ୟା ସୁବାଷିନୀ ସାନ୍ତା. ସମସ୍ତ ଓ୍ବାର୍ଡର ୱାର୍ଡମେମ୍ବର ଓ ସ୍ୱୋଚ୍ଛାସେବୀ ଜୟରାମ ଟାକ୍ରି, ଧନପତି ଖିଲ, ପିଇଓ ଗତିକୁଷ୍ଣ ପାଙ୍ଗୀ ଉପସ୍ଥିତ ରହିଥିଲେ !

Exit mobile version