ଅତଡା ପଡି ମୃତ ପରିବାର ବର୍ଗଙ୍କୁ ଭେଟିଲେ ବିଧାୟିକା ଓ ସ୍ୱୋଚ୍ଛାସେବୀ ସଂଗଠନର ଯୁବକ

ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ବୈପାରିଗୁଡା :- ଜୀବନ ଜୀବିକା ପାଇଁ ସ୍ଥାନୀୟ ପ୍ରତିଦିନ ଜଙ୍ଗଲ କୁ ଯାଉଥିଲେ ଦୁଇ ଭାଇ । ସେହି ଦିନ ଥିଲା ସେମାନଙ୍କ ପାଇଁ ଶେଷ ଯାତ୍ରା । ସବୁ ବେଳେ ଜଙ୍ଗଲକୁ ଯାଇ ଜଙ୍ଗଲଜାତ ଦ୍ରବ୍ୟ ତଥା ମହୁ, ଲହୁଣି, ଝୁଣା,ମାଛ ଆଣି ବଜାର ରେ ବିକ୍ରି କରି ପରିବାର ଚଳାଉଥିଲେ । ପ୍ରତି ଥର ଜଙ୍ଗଲ ଭିତର କୁ ଗଲେ ତିନି ରୁ ଚାରି ଦିନ ବିତାଇବା ପରେ ଜଙ୍ଗଲଜାତ ଦ୍ରବ୍ୟ ସାଙ୍ଗରେ ଧରି ଘରକୁ ଫେରି ଆସନ୍ତି । କିନ୍ତୁ ମଙ୍ଗଳବାର ଦିନ ଘର ରୁ ବାହାରି ଜଙ୍ଗଲ ଯାଇ ଆଉ ଘରକୁ ଫେରି ନ ଥିଲେ । ଏକ ଗୁମ୍ପା ଭିତରେ ବିଶ୍ରାମ ନେଇଥିବା ବେଳେ ମାଟି ଅତଡା ଖସି ଦୁଇ ଜଣ ଭାଇଙ୍କ ମୃତ୍ୟୁ ହୋଇଥିଲା ବୋଲି ଗ୍ରାମବାସୀ ଥାନାରେ ଜଣାଇଥିଲେ । ଶବ ଉଦ୍ଧାର ପରେ ଶବ ବ୍ୟବଛେଦ କରି ପରିବାରର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଆଜି ଶୋକାକୂଳ ପରିବାର ବର୍ଗଙ୍କୁ କୋଟପାଡ ବିଧାୟିକା ପଦ୍ମିନୀ ଦିଆନ,ବୈପାରିଗୁଡା ଜିଲ୍ଲାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ହଳଦୀକୁଣ୍ଡ ସମିତିସଭ୍ୟ ବିଭୀଷଣ ହନ୍ତାଳ, ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଙ୍କ ସହ କିଛି ସ୍ଥାନୀୟ ନେତା ହଳଦୀକୁଣ୍ଡ ଗ୍ରାମ ଓ ଦୋରାଗୁଡା ଗ୍ରାମକୁ ଯାଇ ପରିବାର ସମସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

ସେହି ପରି ଭାବେ କୋରାପୁଟ ରୁ ମଧ୍ୟ ସ୍ୱୋଚ୍ଛାସେବୀ ଟି.କିରଣ କୁମାର ହଳଦୀକୁଣ୍ଡ ଓ ଦୋରାଗୁଡା ଗ୍ରାମରେ ପହଂଚି ଏହି ଦୁଇ ଭାଇ ଙ୍କ ପରିବାର ସମସ୍ୟଙ୍କ ସହିତ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା କରି କିଛି ସହାୟତା ଯୋଗାଇ ଥିବାର ଜଣାପଡିଛି । ସ୍ୱୋଚ୍ଛାସେବୀ ଟି.କିରଣ କୁମାରଙ୍କ ସହିତ କୋରାପୁଟ ଜିଲ୍ଲା ଯୁବମୋଚ୍ଛାର ଉପସଭାପତି ଘାସି ନାଥ ମଧ୍ୟ ଘଟଣାସ୍ଥଳକୁ ଯାଇଥିବାର ଜଣାପଡିଛି ।

Exit mobile version