ସୌମ୍ୟ ବାବୁ ଏବେ ହେବେ କାହାର ବିଜେଡ଼ି ର ନା ବିଜେପି ର : ଦ୍ଵନ୍ଦରେ ସୌମ୍ୟ

ବିଜେଡିରେ ରହିବେ ନା’ ଦଳ ଛାଡ଼ି ଅନ୍ୟ ଆଡ଼େଯିବେ..?

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ୨୦୨୧ ମସିହା ଜୁନ୍ ୬ ତାରିଖରେ ପ୍ରକାଶ ପାଇଥିବା ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ କେବଳ ସୌମ୍ୟ ନୁହନ୍ତି ବିକ୍ରମ କେଶରୀ ଆରୁଖଙ୍କୁ ବି ବାଦ୍ ଦିଆଯାଇଛି । ବାକି ସମସ୍ତେ ଅଛନ୍ତି ହେଲେ ବିଜେଡି ପକ୍ଷରୁ ୬ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରୁ ସୌମ୍ୟ ବାବୁଙ୍କ ନାଁ ହଟିବା ପରେ ଏଭଳି ପ୍ରଶ୍ନ ସାଧାରଣରେ ପ୍ରକାଶ ପାଇଛି ଯେ ଏବେ ଦୋ ଛକିରେ ସୌମ୍ୟ ରଞ୍ଜନ ପଟ୍ଟନାୟକ..?

ବିକ୍ରମ କେଶରୀ ଆରୁଖ ବାବୁ ବାଚସ୍ପତି ହେବା ଯୋଗୁଁ ତାଙ୍କୁ ସଂଗଠନ ଦାୟିତ୍ୱରୁ ହଟାଯାଇଥିବା କୁହାଯାଇଛି । ମାତ୍ର ସୌମ୍ୟଙ୍କୁ ସାଂଗଠନିକ ଦାୟିତ୍ୱରୁ ହଟାଗଲା କାହିଁକି.. ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଶ୍ୱାସକୁ ନେଉଛନ୍ତି ନା ନାହିଁ..? ତାହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ , ସୌମ୍ୟ ବାବୁ କିଛି ମାସ ଧରି ବିଜେଡି ଦଳରୁ କଣଠେସା ହୋଇଛନ୍ତି । ସେ ବି ସାହସର ସହ ଦଳକୁ ବିଭିନ୍ନ କ୍ଷେତ୍ରରେ ‘ଆଟାକ୍’ କରି କଣଠେସା କରିବାକୁ ଚେଷ୍ଟା କରିଛନ୍ତି ଏହା ମିଛ ନୁହେଁ ।

ଏଭଳି ସ୍ଥିତିରେ ବିଜେଡିର କୌଣସି ଜରୁରୀ ବୈଠକରେ ସୌମ୍ୟବାବୁଙ୍କ ମତ ଲୋଡ଼ା ଯାଉନାହିଁ କି ଡକା ଯାଉନାହିଁ ଓ ଏପରିକି ତାଙ୍କୁ ବିଧାନସଭା ଆଲୋଚନା ରେ ଦଳ ପକ୍ଷରୁ କହିବାର ସୁଯୋଗ ବି ମିଳୁନି ଏବଂ ଯେତେବେଳେ ସୁଯୋଗ ମିଳିଛି ତାର ସଦୁପଯୋଗ କରିଛନ୍ତି । ଅନ୍ୟପକ୍ଷରେ ସେ ବାରମ୍ବାର ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ସରକାରଙ୍କୁ ଅଡୁଆରେ ପକାଇବା ସହ ବିଜେଡି ମୁଖିଆଙ୍କୁ କଟାକ୍ଷ କରୁଛନ୍ତି । ତେଣୁ ସେ ବିବାଦୀୟ ହେବା ସ୍ୱାଭାବିକ

ହୁଏତ ଏମିତି କିଛି କାରଣ ପାଇଁ ସୌମ୍ୟଙ୍କ ଅଧୀନରେ ଥିବା ୭ ଜିଲ୍ଲା ଅର୍ଥାତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲା କାଢ଼ି ନିଆଯାଇଛି । ଏବେ ସେସବୁ ଦାୟିତ୍ୱ ବରିଷ୍ଠ ବିଧାୟକ ପ୍ରତାପ ଜେନାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି । ରାଜନୈତିକ ବିଶାରଦଙ୍କ ଭାଷାରେ ସୌମ୍ୟ ବାବୁ ଏବେ ଦୁଇ ଛକିରେ ଓ ୨୦୨୪ରେ ତାଙ୍କୁ ବିଜେଡି ଖଣ୍ଡପଡାରୁ ଟିକେଟ ଦେଲା ଭଳି ମନେ ହେଉନ ଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ରାସ୍ତା ବି ବନ୍ଦ ରହିଛି ଓ ବିଜେପି ସହ ତାଙ୍କର ଗୁପ୍ତ ସମ୍ପର୍କ ଭଲ ଥିଲେ ହେଁ ସେଠାରେ ସଫଳତା ପାଇବା ଆଶା କ୍ଷୀଣ ଓ ବୟସ ବି ନାହିଁ ଓ ଯଦି ସେ ଦଳ ଛାଡ଼ି ନିଜ ଖବରକାଗଜ ବ୍ୟବହାର କରି ସରକାରଙ୍କୁ ଅଡୁଆରେ ପକାଇବାକୁ ଚିନ୍ତା କରିବେ ତାହାଲେ ତାଙ୍କ ଯୋଗୁଁ ବିଭିନ୍ନ ବ୍ୟବସାୟରେ ସକ୍ରିୟ ଥିବା ତାଙ୍କ “ପଟ୍ଟନାୟକ ପରିବାର” ସମସ୍ୟାରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ସେମାନେ ବି ପରୋକ୍ଷରେ ବେପାର ସ୍ୱାର୍ଥ ପାଇଁ ସୌମ୍ୟଙ୍କୁ ବିରୋଧ କରି ପାରନ୍ତି ।

ଗୋଟିଏ କଥା ସତ ଯେ, ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ସୌମ୍ୟ ବାବୁ ମହାଦ୍ରୁମ ଓ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବ୍ୟକ୍ତି ନୁହେଁ ସେ ଅନୁଷ୍ଠାନ ପାଲଟି ଯାଇଛନ୍ତି । ମାତ୍ର କଣ ହେଉଛି…? ତାଙ୍କ ରାଜନୀତି କ୍ୟାରିଅରରେ ସ୍ଥିରତା ରହୁନାହିଁ । ଏବେ ବଡ଼ ସୁଯୋଗ ସୃଷ୍ଟି ହୋଇଛି ତାଙ୍କ ପାଇଁ । ଯଦି ସାମ୍ବାଦିକତାକୁ ପୁଣି ଥରେ ଶ୍ରେଷ୍ଠ ଭାବି ସୌମ୍ୟ ବାବୁ କାର୍ଯ୍ୟ କରିବେ ତାହାଲେ ସରକାର ବ୍ୟାକଫୁଟରେ ରହିବ । ନ ହେଲେ ବରାବର ସ୍ଥିତି ରହିବ । ସୌମ୍ୟ ବାବୁଙ୍କର ହିଁ ବେଶୀ କ୍ଷତି ହେବ ବୋଲି ରାଜନୈତିକ ବିଶାରଦ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ଆଗକୁ ସୌମ୍ୟ ବାବୁ କି ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ।

Exit mobile version