ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ଵାରା ସଦ୍ଭାବନା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ଖୋର୍ଦ୍ଧା-ଜଟଣୀ :- ସମସ୍ତ ଧର୍ମ,ଭାଷା ଏବଂ କ୍ଷେତ୍ରର ଜନସାଧାରଣଙ୍କ ମଧ୍ୟରେ ଜାତୀୟ ସ°ହତି ତଥା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଦ୍ୱାରା ସଦ୍ଭାବନା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ “ସଦ୍ଭାବନା ଦିବଶ ଶପଥ” ଗ୍ରହଣ କରାଇଥିଲେ।

ଜାତି,କ୍ଷେତ୍ର, ଧର୍ମ କିମ୍ବା ଭାଷା ନିର୍ବି ଶେଷରେ ଆବେଗପୂର୍ଣ୍ଣ ଭାବରେ ଏକତାବଦ୍ଧ ହେବା ପାଇଁ କାର୍ଯ୍ୟ କରିବାକୁ ତଥା ଭାରତର ସମସ୍ତ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏବଂ ଅହିଂସା ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ବାର୍ତ୍ତାଳାପ କରି ମତଭେଦ ସମାଧାନ କରିବାକୁ ସମସ୍ତେ ଶପଥ ନେଇଥିଲେ । ସେହିପରି ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ କର୍ମଚାରୀମାନେ “ସଦ୍ଭାବନା ଦିବଶ ଶପଥ” ଗ୍ରହଣ କରିଥିଲେ । ଶ୍ରୀ ରଂଜନ କୁମାର ମହାନ୍ତି,ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Exit mobile version