ଶ୍ରୁତି ଶ୍ରବଣ ଓ ବାକ ବାଧିତ ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ ରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଭିନ୍ନକ୍ଷମ ପିଲାମାନଙ୍କ ଶିକ୍ଷା କ୍ଷେତ୍ର ରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହିଦ୍ ଯୁବ ସଂଘ ଦ୍ୱାରା ପରିଚାଳିତ ଶ୍ରୁତି ସ୍ଵତନ୍ତ୍ର ବିଦ୍ୟାଳୟ ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଶ୍ରବଣ ବାଧିତ ଶିଶୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

ଶୃତିର ଅଧ୍ୟକ୍ଷା ଶ୍ରୀମତୀ ଜୟଶ୍ରୀ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ସଗରିକା ସାହୁ, ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜନ୍ମାଷ୍ଟମୀ ର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ l ବିଦ୍ୟାଳୟର ସ୍ଵତନ୍ତ୍ର ଶିକ୍ଷକ, ଆନନ୍ଦ କୁମାର ଚୌଧୁରୀ, ଜିତେନ୍ଦ୍ର ସେନାପତି, ମିଥୁନ ମଲିକ ଓ ଶିକ୍ଷୟତ୍ରୀ ଲତା ସାହୁ ବିଚାରକ ଭାବେ ଯୋଗଦେଇ ଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

 

Exit mobile version