ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ବାସୀ ଙ୍କ ଦୀର୍ଘ ବର୍ଷ ର ଆଶା,ସ୍ବପ୍ନ ପୂରଣ ହୋଇଛି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ଭାବେ ଉନ୍ନୀତ କରାଯାଇଥିବାରୁ ଏକ କୃତଜ୍ଞତା ସଭା କାପ୍ତାପଲ୍ଲୀ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ ଉଦଘାଟନ କରିବା ସହ ଅଞ୍ଚଳ ର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଙ୍କ ତରଫରୁ ଏକ ଐତିହାସିକ ପଦକ୍ଷେପ ନିଆଯାଇଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ଦଶପଲ୍ଲା ବିଧାୟକ ।

ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ବିଡ଼ିଓ ପ୍ରମୋଦ କୁମାର ନାୟକ,୧୭ ନଂ ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,୧୬ ନଂ ଜିଲ୍ଲା ପରିଷଦ ଜସ୍ମିନ ଦାସ, ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ, ସମାଜ ସେବୀ ସୂର୍ଯ୍ୟ ନାରାୟଣ ସାହୁ,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର, ଜ୍ୟୋସ୍ନା ରାଣୀ ସେଠୀ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଦୀର୍ଘବର୍ଷ ଧରି ଉଚ୍ଚ ବିଦ୍ୟାଳୟ ରେ ପଢିବା ପାଇଁ ଛାତ୍ର ଛାତ୍ରୀ ଜଙ୍ଗଲ ପରିବେଶ ମଧ୍ୟରେ ୬ କିମି ରୁ ଉର୍ଦ୍ଧ୍ବ ଯାଇ ବହାଡ ଝୋଲା ରେ ପାଠ ପଢୁଥିଲେ । ଯାହାକି ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ଥିଲା ।
