ବୈପାରିଗୁଡା ପୋଲିସ ହାତରେ ଲାଗିଲା ୮୦ କେଜି ଗଞ୍ଜେଇ ସହ କାର ଜବତ

ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଫୁଳ ପରିମାଣର ଗଞ୍ଜେଇ ଜବତ କରିଛି  ବୈପାରିଗୁଡା ପୋଲିସ । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ପକ୍ଷରୁ ଦୋରାଗୁଡା ମୁଖ୍ୟଛକ ରେ ଏମଭି ଚେଂକି ମାଧ୍ୟମରେ ଯାନବାହାନ ଯାଂଚ ଚାଲିଥିବା ସମୟରେ ହିଁ ଏକ କାର ଦ୍ରୁତଗତିରେ ଆସି ସେଠାରେ ରହିବା ସହ ପୋଲିସ କର୍ମଚାରୀ ମାନଙ୍କୁ ଦେଖି କାର ଚାଳକ ଓ ଅନ୍ୟ ମାନେ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯିବା ଫଳରେ ସେଠାରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ମାନେ ସନ୍ଦେହ କରି କାର କୁ ଯାଂଚ କରିବା ସମୟରେ ଦେଖିବାକୁ ପାଇଲେ ଯେ ଗାଡି ଭିତରେ ୩ ଟି ବସ୍ତା ରହିଛି ।

ବସ୍ତା କୁ ଖୋଳି ଦେଖିବା ସମୟରେ କାର ଭିତରେ ଗଞ୍ଜେଇ ଥିବା ଜାଣି ଥାନା କୁ ଖବର ଦେବା ସହିତ ପୋଲିସ ଅଧିକାରୀ ମାନେ କାର ଟି କୁ ଜବତ କରି ଥାନା କୁ ଆଣିଥିବାର କହିଛନ୍ତି ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟ । ସବୁ ସମୟରେ ବୈପାରିଗୁଡା ପୋଲିସ ଯାଂଚ କରୁଥିବା ସମୟରେ ହିଁ ବୈପାରିଗୁଡା ପୋଲିସ ହାତରେ ଗଞ୍ଜେଇ ଧରାପଡିବା ସହ ପୋଲିସକୁ ବଡ ସଫଳତା ହାସଲ କରୁଥିବାର ଦେଖାଯାଉଛି । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶ ଅଂଚଳରୁ ଏକ କାର ନଂ ଏପି ୯ ବିଏଚ ୦୦୬୬ ଗାଡି ରେ କିଛି ବେପାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଗଞ୍ଜେଇ ବେପାରୀ ମାନେ ଧରା ପଡି ନ ଥିଲେ ମଧ୍ୟ କାର ସହ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ରାଜ୍ୟବାହାରକୁ ଚାଲାଣ ହେଉଥିବା ନେଇ ଅନୁମାନ କରୁଛି ପୋଲିସ ।

Exit mobile version