ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ରାଧାକୃଷ୍ଣ ବେଶ

 ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- ନର୍ଲା ବ୍ଳକ ଅଞ୍ଚଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉଦ୍ଦୀପନା ସହ ପାଳିତ ହୋଇଛି । ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିରର ଭାଇଭଉଣୀ ମାନଙ୍କୁ ନେଇ ରାଧାକୃଷ୍ଣ ବେଶ ଅନୁଷ୍ଠିତ ହେବା ସହ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି। ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାହୁ ଯୋଗଦାନ କରି ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ଆଲୋକପାତ କରିଥିଲେ।

ଛୋଟ ଛୋଟ ଶିଶୁ ଭଗବାନଙ୍କ ସ୍ଵରୂପ, ଯେଉଁ ଆଦର୍ଶରେ ଗଢା ହେବେ ଭବିଷ୍ୟତ ତାଙ୍କର ସେହି ପ୍ରକାରେ ଗଢା ହେବ ବୋଲି ଅତିଥି ମତପ୍ରକାଶ କରିଥିଲେ। ଏଥିରେ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ରଖିଥିଲେ। ରାଧାକୃଷ୍ଣ ବେଶଧାରୀ ସୁସଜ୍ଜିତ ଶିଶୁମାନେ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହେବାପରେ ଶେଷରେ ଆଚାର୍ଯ୍ୟ ଛବିରାମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।

ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମଧ୍ୟ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ନର୍ଲା, ନର୍ଲାରୋଡ, ରୁପ୍ରା, ତୁଲାପଡା, ସେରଗଡ, ମାଣ୍ଡେଲ, ବୁଢୀପଦର, ଭୀମକେଲା, ମୁରସିଂଗ, ପଲସାପଡା, ଧଅଁରାମାଳ, ସରିଆଁ ଗ୍ରାମର ବିଭିନ୍ନ ମନ୍ଦିର ,ମଠ ଓ ଅନୁଷ୍ଠାନ ପରିସରରେ ପୁରାଣ ପଠନ ସହ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି।

Exit mobile version