ଜଙ୍ଗଲି ସାମଗ୍ରୀ ଆଣିବା ସାଜିଲା କାଳ : ମାଟି ଅତଡା ଖସି ଚାଲିଗଲା ୨ ଜଣଙ୍କ ଜୀବନ

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବୈପାରିଗୁଡା :- କାହାକୁ କେମିତି ମୁତ୍ଯୁ ଆସେ ଜାଣିବା କଷ୍ଟକର ବିଷୟ ! ପ୍ରତିଦିନ ସ୍ଥାନୀୟ ଜଙ୍ଗଲକୁ ଯାଇ ବିଭିନ୍ନ ପ୍ରକାର ଜିନିଷ ନେଇ ବିକ୍ରି କରିବା ପରେ ଘର କୁ ଫେରୁଥିଲେ ! ମାତ୍ର ମଙ୍ଗଳବାର ଦିନ ସେହି ସ୍ଥାନ ହିଁ ଏହି ଦୁଇଜଣଙ୍କ ପାଇଁ ସାଜିଲା କାଳ ! ଖବର ନେବାରୁ ଜଣାପଡିଛି ଯେ ବୈପାରିଗୁଡା ବ୍ଲକର ହଳଦୀକୁଣ୍ଡ ପଂଚାୟତର ହଳଦୀକୁଣ୍ଡ ଗ୍ରାମର ତ୍ରିଲୋଚନ ଦୁରୁଆ ଓ ସିମୁନ ଦୁରୁଆ ପ୍ରତିଦିନ ପରି ସେହି ଦିନ ମଧ୍ଯ ସ୍ଥାନୀୟ ମାଳିପଦର ଜଙ୍ଗଲ କୁ ଯାଇଥିଲେ !

ଜଙ୍ଗଲକୁ ଯାଇ ଝୁଣା, ମହୁ, ପାଲୁଅଗୁଣ୍ଡି , ଛୋଟଛୋଟ ଚୁନି ମାଛ ସହ ବିଭିନ୍ନ ପ୍ରକାର ଜିନିଷ ଆଣି ବଜାରରେ ବିକ୍ରି କରିଥାନ୍ତି ! ତେବେ ମଙ୍ଗଳବାର ଦିନ ଗ୍ରାମରୁ ବାହାରି ଯାଇଥିଲେ ମଧ୍ଯ ଘରକୁ ଆଉ ଫେରିନଥିଲେ ! ଗ୍ରାମର କିଛି ଲୋକେ ଆଜି ଉକ୍ତ ସ୍ଥାନକୁ ଯାଇ ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀଙ୍କୁ ଘଟଣା ବିଷୟ ରେ କହିଥିଲେ ! ହଳଦୀକୁଣ୍ଡ ସମିତିସଭ୍ଯ ବିଭୀଷଣ ହନ୍ତାଳ ଓ ଗ୍ରାମବାସୀ ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନୀ ପଟ୍ଟନାୟକଙ୍କ ସହ ପୋଲିସ କର୍ମଚାରୀ ମାନେ ମାଳିପଦର ଜଙ୍ଗଲକୁ ଯାଇ ମାଟି ତଳରୁ ଏହି ଦୁଇ ଜଣଙ୍କୁ ଉଦ୍ଧାର କରି ବାହାର କରିଥିବାର ଜଣାପଡିଛି !

ତେବେ ଗ୍ରାମବାସୀଙ୍କ ମଧ୍ଯରେ ଆଲୋଚନା ଚାଲିଥିବାରର ଶୁଣିବାକୁ ମିଳୁଛି ଯେ ବୈପାରିଗୁଡା ବ୍ଲକରେ କିଛି ଦିନ ହେବ ଲଗାଣ ବର୍ଷା ହେବା ସହ ଏହି ଅଂଚଳରେ ରହିଥିବା ପାହାଡ, ଜଙ୍ଗଲ ଗୁଡିକର ମାଟି ହାଲୁକା ଥିବା ହେତୁ ଏମାନେ ସେହି ସ୍ଥାନକୁ ଯାଇ ଥିବା ସମୟରେ ହଠାତ୍ ମାଟି ଅତଡା ଖସି ଯିବାରୁ ଏହି ଦୁଇ ଜଣ ବ୍ଯକ୍ତି ମାଟି ଭିତରେ ପେତି ହୋଇ ଯାଇଛନ୍ତି ! ମାଟି ରୁ ଉଦ୍ଧାର କରି ୨ ଜଣଙ୍କୁ ରାମଗିରି ମେଡିକାଲ ନିଆଯାଇଥିଲା ! ସେଠାରେ ଡାକ୍ତର ତାଙ୍କୁ ମୁତ୍ଯୁ ଘୋଷଣା କରିଥିଲେ ! ତେବେ ଏ ନେଇ ବୈପାରିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି !

 

Exit mobile version