ସ୍ବାଧୀନତା ସଂଗ୍ରାମୀ ଙ୍କ ଦାୟାଦ ମାନଙ୍କୁ ସମର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବରଗଡ଼ :- ସ୍ବାଧୀନତା ର ଅମୃତ ମହୋତ୍ସବ,୭୬ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ ର ଦିବଂଗତ ସ୍ବାଧୀନତା ସଂଗ୍ରାମୀ ଗଂଗାଧର ସରାଫ ଙ୍କ ଦାୟାଦ ମାନଙ୍କୁ ତାଙ୍କ ଭିଏସଏସ ନଗର ସ୍ଥିତ ବାସଭବନରେ ସମର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ନେତୃତ୍ବରେ ଏକ ଶିକ୍ଷାବିତ ମଣ୍ଡଳୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ,

ବରଗଡ଼ ମହିଳା କଲେଜ ଅଧ୍ୟକ୍ଷ ଦଧିବାମନ ଦାଶ, ଟ୍ରଷ୍ଟ ଫଣ୍ଡ କଲେଜ ଅଧ୍ୟକ୍ଷ ଡ଼ଃ ସରୋଜ କୁମାର ଦେବତା, ଟ୍ରଷ୍ଟ ଫଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରତୁଲ କୁମାର ତ୍ରିପାଠୀ ପ୍ରମୁଖ ତାଙ୍କ ବାସଭବନରେ ଦିବଂଗତ ଗଙ୍ଗାଧର ସରାଫ ଙ୍କ ଦାୟାଦ ବେଲାଲ ସେନ ସରାଫ,ଗର୍କି ସରାଫ, ଚିତ୍ର ସେନ ସରାଫ, ମାନଭଞ୍ଜନ ସରାଫ, ଶ୍ରୀମତୀ ରାଗିଣୀ ସରାଫ, ସ୍ଵରାଜ ସରାଫ,ଧର୍ମେଶ ସରାଫଙ୍କୁ ଅଙ୍ଗ ବସ୍ତ୍ର ଓ ପୁଷ୍ପମାଲ୍ୟ ଦେଇ ସମର୍ଦ୍ଧିତ କରିଥିଲେ ।

Exit mobile version