ଜାବ ଓ ଝାଡ଼େଶ୍ୱର ମନ୍ଦିର ପୂଜା କମିଟି ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବରଗଡ :-  ବରଗଡ ସହର ସନ୍ନିକଟ ଝାଡ଼େଶ୍ୱର ଶୈବ ପୀଠ ରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ଓ ମନ୍ଦିର କମିଟି ର ମିଳିତ ଉଦ୍ୟମ ରେ ଝାଡ଼େଶ୍ୱର ବାବା ଶୈବ ପୀଠ ରେ ସାମାଜିକ ବନୀକରଣ ଅନୁଷ୍ଠିତ ହୋଇଥିଲା । ଜାବ ସଭାପତି ରବିନାରାୟଣ ପଣ୍ଡା ଙ୍କ ସଭାପତିତ୍ଵ ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ସରସରା ସେବା ସମବାୟ ସମିତି ଡାଇରେକ୍ଟର ଧର୍ମରାଜ ଭୋଇ, ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।

ଏହି ବୃକ୍ଷ ରୋପଣ ଆୟୋଜନ କରି ମନ୍ଦିର ପାଖରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି ର ସଂକଳ୍ପ ନେଇଥିଲେ ସ୍ଥାନୀୟ ସରପଞ୍ଚ । ବିଭିନ୍ନ ପ୍ରକାରର ବନୌଷଧି, ଫଳ ଗଛ ଲଗାଯାଇ ତାର ଉପଯୁକ୍ତ ଯତ୍ନ ନିଆଯାଇ ଏହି ସ୍ଥାନ କୁ ଏକ ଦର୍ଶନୀୟ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା, ସରସରା ଗ୍ରା:ପ ସରପଞ୍ଚ ଶ୍ରୀମତୀ ସୁନୀତା ଭୋଇ , ସଂକଳ୍ପ ପରିବାରର ସଂଯୋଜକ ବିକାଶ ଅଗ୍ରୱାଲ, ଝାଡ଼େଶ୍ୱର ବାବା ଶୈବ ପୀଠ ମନ୍ଦିର ପରିଚାଳନା କମିଟି ସଭାପତି ଅମୀୟ କୁମାର ଭୋଇ, ସରସରା ସେବା ସମବାୟ ସମିତି ସମିତି ସଭାପତି ଜୟ ଦେବ ଗଡ଼ତୀୟ, ଖୁଣ୍ଟପାଲି ସରପଞ୍ଚ ବେଲାର ମେହେର,

ଏସ. ଡୁମ୍ବେରପାଲି ସରପଞ୍ଚ ଯୋଗେଶ୍ୱର ସାହୁ, ନୀଲେଶ୍ୱର ସରପଞ୍ଚ ନିରଞ୍ଜନ ମଲ୍ଲିକ, ବୀରମଲ ସରପଞ୍ଚ ପ୍ରତିନିଧି କୁନୁ ଆଚାର୍ଯ୍ୟ, ଗୁଡ଼େଶିରା ସରପଞ୍ଚ ପ୍ରତିନିଧି ତାପସ କୁମାର ଦାଶ, ପଣ୍ଡିତ ସୁଶାନ୍ତ ପଣ୍ଡା, ରାଜେଶ ପ୍ରଧାନ, ଦିଲ୍ଲୀପ କୁମାର ଭୋଇ, ସରସରା ନାଏକ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ଷଣ୍ଢ, କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ିଲେଶ୍ଵର ଭୋଇ, ପୂର୍ବତନ ସମିତି ସଭ୍ୟ କ୍ଷିରେଶ୍ୱର ପାଣ୍ଡେ, ସମାଜସେବୀ ଯାଦବ ଭୋଇ, ଅମ୍ଲାନ ଭୋଇ, ଶୁଶିଲ ଭୋଇ, ଶାନ୍ତନୁ ଭୋଇ, ଜାବ ର ବରିଷ୍ଠ ସଦସ୍ୟ ପ୍ରଦୀପ ମହାନ୍ତି, ବ୍ୟୋମକେଶ କର, ରଞ୍ଜନ ଦେବତା, ଲଲାଟେନ୍ଦୁ ଦାଶ,ବଦ୍ରୀ ପ୍ରସାଦ ସାହୁ, ହେମନ୍ତ ନାୟକ,ସଚ୍ଚିଦାନନ୍ଦ ପାତ୍ର, ସୁନିଲ ମିଶ୍ର, ଜିତେନ୍ଦ୍ର ମେହେର, ସୁବ୍ରତ ସାହୁ,ବଳରାମ ବାଗ ଅଂଶଗ୍ରହଣ କରିଥିଲେ l

Exit mobile version