ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍‌ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ,ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ ଆଇଟିଡିଏ ବାଲିଗୁଡା ମଧୁସୁଦନ ବେହେରା,ପିଡି ଡିଆରଡିଏ ବିଶ୍ୱରଂଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ୬୧ ଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ଭାବେ ଦୁଇଟି ଅଭିଯୋଗ ହୋଇଛି ।

ଅଧିକାଂଶ ଅଭିଯୋଗ ଆସିଥିଲା ଯେ ଗତ ଲଗାଣ ବର୍ଷାରେ ଘରଭାଙ୍ଗିଥିବା ନେଇ ଅଭିଯୋଗ ପରେ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଘରଭାଙ୍ଗିଥିବା ଲୋକଙ୍କୁ ଜରିପାଲ ଦେଇଥିଲେ ।ବାରଖମାର ମାତୃଭବନ ଉତ୍ପାଦିକା ଗୋଷ୍ଠିର ଅର୍ଥ ଅନିମିୟତା ନେଇ ବି ଗୋଷ୍ଠିଗତ ଭାବେ ଅଭିଯୋଗ କରିଥିଲେ ମହିଳା ମାନେ । ଉକ୍ତ ଶୁଣାଣୀ ଉପଖଣ୍ଡ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ସଦଳେବଳେ ଉପସ୍ଥିତ ଥିଲେ ।


                       

Exit mobile version