ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :-  ବରଗଡ଼ରେ ଭାରତର ଭୁତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଙ୍କ ଚତୁର୍ଥ ତିରୋଧାନ ଦିବସ ବାଜପାୟୀ ସ୍ମୃତି କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବାଜପାୟୀ ଛକ ରେ ଅଟଳ ବିହାରୀ ବାଜପାୟୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସ୍ମୃତି କମିଟି ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ,ସମ୍ପାଦକ ଆଶୁତୋଷ ଦାଶ ଙ୍କ ସମେତ ବୈଦ୍ୟନାଥ ଅଗ୍ରୱାଲ,ପ୍ରତାପ ପଟ୍ଟନାୟକ,ଜଗଦୀଶ ସେନ, ଶୋଭରାମ ଦାଶ୍, ଲିଙ୍ଗରାଜ ମହାନନ୍ଦ,ମୃତ୍ୟୁଞ୍ଜୟ ମହାରଣା, ସଞ୍ଜୟ କୁମାର ନାୟକ,ରମଣୀ ରଞ୍ଜନ ବେହେରା,ଗୋବିନ୍ଦ ଜୈନ, ସୁଦାମ ଭୋଇ,ଅନନ୍ତ ମଟାରି ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବାଜାପାୟୀ ଛକ ରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତୀ ସ୍ଥାପନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।

Exit mobile version